କେନ୍ଦ୍ରାପଡା ଜିଲ୍ଲା ଯାଦବ ମହାସଙ୍ଘର ସମ୍ବର୍ଦ୍ଧନା ଉତ୍ସବ

ମହାକାଳପଡ଼ା,୭ /୬ : କେନ୍ଦ୍ରାପଡା ଜିଲ୍ଲାର ୯ ଗୋଟି ବ୍ଲକ ଓ ଦୁଇଗୋଟି ମୁନ୍ସିପାଲଟିରୁ ସମସ୍ତ ଯାଦବ ବର୍ଗର ନିର୍ବାଚିତ ପ୍ରତିନିଧିମାନଙ୍କୁ ରବିବାର ଦିନ କେୟାରବାଙ୍କ ଠାରେ ଜିଲ୍ଲା ଯାଦବ ମହାସଙ୍ଘ ତରଫରୁ ସମ୍ବର୍ଦ୍ଧିତ କରlଯାଇଛି l ସମ୍ବର୍ଦ୍ଧିତ ସଭାରେ ଜିଲ୍ଲା ସଭାପତି ଶ୍ରୀ ପରିଡାଙ୍କ ତରଫରୁ ଉପସଭାପତି ଚିନ୍ମୟ ଦାସ ସଭlପରିଚାଳନା କରିଥିଲେ l ସର୍ବଭାରତୀୟ ଯାଦବ ମହାସଙ୍ଘର ସମ୍ପାଦକ ପ୍ରଫୁଲ୍ଲ ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାକର ପଲ୍ଲାଇ, ସଭାପତି ବିଜୟ ପରିଡା, କୁଳମଣି ଦାସ, ରମାକାନ୍ତ ଦାସ ଯୋଗ ଦେଇଥିଲେ l ସ୍ଥାନୀୟ ସହଯୋଗୀ ଭାବେ, ବିଦ୍ୟୁତ କୁମାର ଖୁଣ୍ଟିଆ, ଭ୍ରମର ବର ଦାସ, ଗୋକୁଳି ଚରଣ ଦାସ , ନଙ୍ଗୁଳି ଚରଣ ଦାସ ଆଦି ଉପସ୍ଥିତ ଥିଲେ l ସଭାକୁ ମହାକାଳପଡ଼ା ବ୍ଲକରୁ ଅଳାଇଲୋ ଗ୍ରାମପଞ୍ଚାୟତର ସରପଞ୍ଚ ଗୀତାଞ୍ଜଳି ଦାସ, ସମିତିସଭ୍ୟା ମଧୁସ୍ମିତା ଦାସ, ଓ ରାଜଗଡ଼ ପଂଚାୟତ ର ସମିତିସଭ୍ୟା ସ୍ବର୍ଣ୍ଣ ପ୍ରଭା ବେହେରା ତିନି ମହିଳା ପ୍ରତିନିଧି ଆମନ୍ତ୍ରିତ ହୋଇଥିଲେ l

ଆଳିବ୍ଲକର ପୁରୁଷ ଓ ମହିଳା ଭାବେ ସର୍ବାଧିକ ୧୩ଜଣ ଥିବା ବେଳେ ପଟ୍ଟାମୁଣ୍ଡାଇ ମୁନ୍ସିପାଲିଟି ରୁ ମାତ୍ର ଦୁଇଜଣ ପ୍ରତିନିଧି ଅଛନ୍ତି l ଆଳି ବ୍ଲକ ର ଉପାଧ୍ୟକ୍ଷା ମିନତୀ ବାରିକ ଓ ଜୋନ ୧ର ଜିଲ୍ଲା ପରିଷଦ ସଭ୍ୟା କନକଲତା ବେହେରା ସଭା ରେ ଉପସ୍ଥିତ ହୋଇଥିଲେ l କେବଳ କେନ୍ଦ୍ରାପଡା ମୁନ୍ସିପାଲିଟି ଓ ଗରଦପୁର ବ୍ଲକ ରେ ଯାଦବ ବଂଶୀୟ ପ୍ରତିନିଧି ନିର୍ବାଚିତ ହୋଉ ନଥିବାରୁ ସଙ୍ଘର କର୍ମକର୍ତ୍ତା ମାନେ ଦୁଃଖ ପ୍ରକାଶ କରିଥିଲେ ଲ ଆମନ୍ତ୍ରିତ ଜିଲ୍ଲାର ନିର୍ବାଚିତଯାଦବ ପ୍ରତିନିଧିଙ୍କ ମଧ୍ୟରୁ ଅଧିକାଂଶ ମହିଳା ଥିବାରୁ ପଛୁଆ ବର୍ଗର ସାମାଜିକ ଅର୍ଥନୈତିକ ଅଗ୍ରଗତି ନେଇ କର୍ମକର୍ତ୍ତା ମାନେ ଚିନ୍ତା ପ୍ରକଟ କରିଥିଲେ l ଆଗାମୀ ଦିନରେ ସବୁ ସ୍ତରର ନିର୍ବାଚନରେ ଯାଦବ ପ୍ରତିଦ୍ବନ୍ଦୀଙ୍କ ସଂଖ୍ୟା କିପରି ବୃଦ୍ଧି ପାଇବ ଏନେଇ ମହାସଂଘର ପ୍ରୋତ୍ସାହନ ବିଷୟରେ ଉଚ୍ଚ ସ୍ତରୀୟ ଆଲୋଚନା ପାଇଁ ପ୍ରସ୍ତାବିତ ହୋଇଥିଲା l ଆହୁରି ମଧ୍ୟ ନିର୍ବାଚିତ ପ୍ରତିନିଧି ମାନଙ୍କୁ ନିଜ ନିଜଅଂଚଳରେ ଜନମଙ୍ଗଳ କର୍ତ୍ତବ୍ୟ ସମ୍ପାଦନ ରେ ସଙ୍ଘର କର୍ମ କର୍ତ୍ତା ମାନେ ସହଯୋଗୀ ହେବାକୁ ଚେଷ୍ଟା କରିବା ନେଇ କର୍ମ କର୍ତ୍ତାମାନେ ମତ ରଖିଥିଲେ l