ଇସଲାମାବାଦ, ୩/୧୨ : ବିଗତ କିଛି ବର୍ଷ ମଧ୍ୟରେ ପାକିସ୍ତାନ ଅତ୍ୟାଧିକ ଋଣ ନେଇଛି । ଏହି ଋଣ ମଧ୍ୟରେ ଚୀନର ଋଣ ରାଶି ଅଧିକ ରହିଛି । ଚୀନର ଅନେକ ମହତ୍ୱପୁର୍ଣ୍ଣ ପ୍ରକଳ୍ପ ପାକିସ୍ତାନରେ ର୍ନିମାଣ ହେଉଛି । ତେବେ ପାକିସ୍ତାନକୁ ଆଉ ନଗଦ ରୁପରେ ଋଣ ଦେବ ନାହିଁ ବୋଲି ଚୀନ ନିଷ୍ପତ୍ତି ନେଇଛି । ଦୀର୍ଘ ଦିନ ହେବ ଆର୍ଥିକ ସଙ୍କଟର ସାମ୍ନା କରୁଥିବା ପାକିସ୍ତାନକୁ ଋଣ ଦେବା ବଦଳରେ ସେଠାର ଅନେକ କ୍ଷେତ୍ରରେ ପୁଞ୍ଜି ନିବେଶ ଓ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛି ଚୀନ ।
ନିଜ ଦେଶର ଅର୍ଥିକ ସଙ୍କଟ ଦୂର କରିବା ଲକ୍ଷରେ ଗତମାସ ଚୀନ ଗସ୍ତ କରିଥିଲେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଚୀନର ସହାୟତାରେ ପାକିସ୍ତାନର ଅର୍ଥିକ ସ୍ଥିତି ସୁଧୁରି ପାରିବ ବୋଲି ସେ ଆଶା ରଖିଥିଲେ । ଇମ୍ରାନ ପେଇଚିଙ୍ଗରୁ ଫେରିବା ପରେ ତାଙ୍କ ଯାତ୍ରା ସଫଳ ହୋଇଥିଲା ବୋଲି ତାଙ୍କ କ୍ୟାବିନେଟ ସଦସ୍ୟ ମାନେ ସୁଚନା ଦେଇଥିଲେ ।
ତେବେ ଏହାର ଏକ ସପ୍ତାହ ପରେ ପାକିସ୍ତାନର ଅର୍ଥମନ୍ତ୍ରୀ ଅସଦ ଉମର ଘୋଷଣା କରିଥିଲେ କି, ପାକିସ୍ତାନର ଅର୍ଥିକ ପରିସ୍ଥିତିରେ ସୁଧାର ଅସୁଛି । ୧୨ ବିଲିୟନ ଡଲାରର ଆର୍ଥିକ ସହାୟତା ମଧ୍ୟରେ ସାଉଦି ଆରବଠାରୁ ୬ ବିଲିୟନ ଡଲାର ଆସିଥିବା ବେଳେ ବାକିତକ ରାଶି ଚୀନରୁ ଆସିଛି ବୋଲି ଉମର ଗଣମାଧ୍ୟମକୁ ସୁଚନା ଦେଇଥିଲେ । ଏହା ସହିତ ଉମର କହିଥିଲେ କି ପାକିସ୍ତାନର ଏକ ଉଚ୍ଚସ୍ତରୀୟ ମନ୍ତ୍ରୀମଣ୍ଡଳ ଚୀନ ଗସ୍ତକରିବ । କି;ୁ ବର୍ତ୍ତମାନ ଚୀନ ନକଦ ରାଶି ଦେବାକୁ ମନା କରି ଦେଇଛି । ଚୀନ କାଉନସିଲ ଜେନେରାଲ ଲାଙ୍ଗ ଡିଗବିନ ଲାହୋରରେ ଏକ ଟିଭି ଚେନାଲକୁ କହିଛନ୍ତି କି, ଚୀନ ପାକିସ୍ତାନକୁ ନଗଦ ରାଶି ଦେବା ବଦଳରେ ସେଠାରେ ସେଠାର ଅନେକ କ୍ଷେତ୍ରରେ ପୁଞ୍ଜି ନିବେଶ ଓ ବ୍ୟବସାୟ ଆରମ୍ଭ କରିବ ।
Prev Post
Next Post