କଟକ 10/6: କଟକ ଆସିବେ BCCI ସଭାପତି ସୌରଭ ଗାଙ୍ଗୁଲି । ୧୨ରେ ସୌରଭ ଗାଙ୍ଗୁଲି କଟକ ଆସିବେ ବୋଲି ସୂଚନା ମିଳିଛି । ବାରବାଟୀରେ ସେ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ମ୍ୟାଚ୍ ଦେଖିବେ । ସୌରଭଙ୍କ ଗସ୍ତ ନେଇ ଓସିଏ ପକ୍ଷରୁ ସୂଚନା ମିଳିଛି ।
ଅନ୍ୟପଟେ ବାରବାଟୀରେ ହେବାକୁ ଥିବା T20 ମ୍ୟାଚ ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ଉଭୟ ଦଳର ଖେଳାଳି । ଏହାପରେ ଉଭୟ ଟିମକୁ ସ୍ୱତନ୍ତ୍ର ବସ ଯୋଗେ ହୋଟେଲ ମେ’ ଫେୟାରକୁ ନିଆଯାଇଛି। ବିମାନବନ୍ଦରଠାରୁ ହୋଟେଲ ଓ ଷ୍ଟାଡିୟମ ଯାଏଁ କଡ଼ା ସୁରକ୍ଷାର ବ୍ୟବସ୍ଥା କରାଯାଇଥିଲା। ଖେଳାଳିଙ୍କ ସ୍ୱାଗତ ପାଇଁ ଭୁବନେଶ୍ୱର ହୋଟେଲ ମେ’ ଫେୟାରରେ ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି। ବିଶେଷ କରି ଖେଳାଳିମାନେ କ’ଣ ଖାଇବେ ସେନେଇ ହୋଟେଲ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଭାରତୀୟ ଖେଳାଳିଙ୍କ ପାଇଁ ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ପଞ୍ଚ ତାରକା ହୋଟେଲ ମେ ଫେୟାରର ମୁଖ୍ୟ ସେଫ ମୃଦୁଲ ମଣ୍ଡଲ ଖେଳାଳୀଙ୍କ ପାଇଁ କଣସବୁ ଖାଦ୍ୟ ପ୍ରସ୍ତୁତ ହେଉଛି ତାର ସୂଚନା ଦେଇଛନ୍ତି। ମେନ୍ୟୁରେ ବିଭିନ୍ନ ପ୍ରକାରର ଖାଦ୍ୟଥିଲେ ମଧ୍ୟ ଖେଳାଳୀମାନେ ହେଲଦି ଫୁଡ ଖାଇବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ତେବେ ଖେଳାଳୀଙ୍କ ପାଇଁ ପାରମ୍ପରିକ ଓଡ଼ିଆ ଖାଦ୍ୟରେ ଡାଲମା ଭଜା ଭଳି ଖାଦ୍ୟ ପରଷା ଯିବ ବୋଲି ସୂଚନା ମିଳିଛି। ସେହିପରି ଆଗକୁ ରଜ ଆସୁଥିବାରୁ ଆରିଷା ପିଠା, ଚକୁଳି ପିଠା ଓ ମଣ୍ଡା ପିଠା ଭଳି ବିଭିନ୍ନ ପ୍ରକାର ପିଠା ଖେଳାଳୀଙ୍କୁ ପରଷା ଯିବ। ବିଶେଷ କରି ଓଡ଼ିଶାର ପ୍ରସ୍ତୁତ ଛେନାପୋଡ଼ ଖେଳାଳୀମାନଙ୍କୁ ପରଷା ଯିବ।