କିଡନୀ ଖରାପ ଥିଲେ ଶରୀରରେ ଦେଖାଦିଏ ଏପରି ଲକ୍ଷଣ: ଜମାବି କରନ୍ତୁନି ଅଣଦେଖା

ଆମ ଶରୀରରେ ଦୁଇଟି ବୃକ୍‌କ ବା କିଡନୀ ଥାଏ । ଶରୀରର ଅନ୍ୟ ଅଙ୍ଗଗୁଡିକ ପରି କିଡନୀ ମଧ୍ୟ ବିଭିନ୍ନ ରୋଗ ଦ୍ଵାରା ଆକ୍ରାନ୍ତ ହୋଇପାରେ ଏବଂ ଏଥିମଧ୍ୟରୁ କିଛି ରୋଗ କିଡନୀର ସ୍ଥାୟୀ ଭାବରେ କ୍ଷତି କରିଥାନ୍ତି । ସବୁଠାରୁ ବଡ ସମସ୍ୟା ହେଉଛି କିଡନୀ ରୋଗ ପ୍ରାୟତଃ ବିଳମ୍ବରେ ଚିହ୍ନଟ ହୋଇଥାଏ । ବିଭିନ୍ନ ପ୍ରକାରର କିଡନୀ ସମ୍ବନ୍ଧୀୟ ରୋଗ ଦ୍ୱାରା ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଅସୁବିଧାରେ ପଡ଼ନ୍ତି । ସେଥିପାଇଁ କିଡନୀ ରୋଗକୁ ‘ସଇଲେଣ୍ଟ କିଲର’ କୁହାଯାଏ । ଅନେକ ଥର ଲୋକମାନେ କିଡନୀ ଫେଲର ଲକ୍ଷଣ ଗୁଡିକୁ ବୁଝନ୍ତି ନାହିଁ ଏବଂ କିଛି ଲୋକ ଏହି ଲକ୍ଷଣକୁ ଅଣଦେଖା କରନ୍ତି । ଜାଣନ୍ତୁ କିଡନୀ ଖରାପ ଥିଲେ ଶରୀରରେ କେଉଁ କେଉଁ ଲକ୍ଷଣଗୁଡ଼ିକ ଦେଖାଯାଏ …

କିଡନୀ ଖରାପର ଲକ୍ଷଣ:-

– ଯଦି କିଡନୀରେ କୌଣସି ଅସୁବିଧା ଥାଏ, ତେବେ ଆପଣଙ୍କ ଗୋଡ, ପାଦ ଏବଂ ଗୋଇଠିରେ ପ୍ରଥମ ଲକ୍ଷଣ ଦେଖାଯାଏ । ଆପଣଙ୍କ ଏହି ଅଂଶଗୁଡ଼ିକ ଫୁଲାବା ଆରମ୍ଭ କରେ ।

– କିଡନୀରେ ଖରାପ ହେଲେ ଏଡିମା ଦେଖାଯାଏ । ଏହା ଯୋଗୁଁ ଆଖିର ଚାରିପାଖ ଫୁଲିଯାଏ ।

– କିଡନୀରେ ଖରାପ ହେଲେ ପ୍ରାରମ୍ଭରେ ଦୁର୍ବଳତା ଏବଂ ଥକାପଣ ଦେଖାଯାଏ । ଅଧିକ କାମ କରିବା କଷ୍ଟକର ହୋଇଯାଏ ।

– କିଡନୀ ଫେଲ୍ ମଧ୍ୟ ଭୋକକୁ ମଧ୍ୟ ପ୍ରଭାବିତ କରିଥାଏ । ଏହା ଭୋକକୁ ହ୍ରାସ କରିଥାଏ ଏବଂ ସ୍ୱାଦକୁ ପରିବର୍ତ୍ତନ କରିଥାଏ ।

– କିଡନୀ ଫେଲ୍ ର ଲକ୍ଷଣ ମଧ୍ୟରେ ସକାଳେ ବାନ୍ତି ଲାଗିବା ଏବଂ ବାନ୍ତି ହେବା ଜଡିତ । ସକାଳେ ଦାନ୍ତ ଘଷିବାବେଳେ ଏହା ହୋଇପାରେ ।

କିଡନୀକୁ ସୁସ୍ଥ ରଖିବା ପାଇଁ ଉପାୟ:-

– କିଡନୀକୁ ସୁସ୍ଥ ରଖିବା ପାଇଁ ପ୍ରଚୁର ପାଣି ପିଅନ୍ତୁ । ଉଷୁମ ପାଣି ପିଇବାକୁ ଚେଷ୍ଟା କରନ୍ତୁ, ଯେଉଁ କାରଣରୁ କିଡନୀ ଶରୀରରୁ ସୋଡିୟମ୍, ୟୁରିଆ ଏବଂ ବିଷାକ୍ତ ପଦାର୍ଥ ବାହାର କରି ଦେଇଥାଏ ।

– କିଡନୀକୁ ସୁସ୍ଥ ରଖିବା ପାଇଁ କମ୍ ଲୁଣ ଖାଆନ୍ତୁ । ଏଥିପାଇଁ ପ୍ୟାକେଟ ଏବଂ ରେସ୍ତୋରାଁ ଖାଦ୍ୟରୁ ଦୂରେଇ ରୁହନ୍ତୁ ।

– କିଡନୀକୁ ସୁସ୍ଥ ରଖିବା ପାଇଁ ସୁସ୍ଥ ଖାଦ୍ୟ ଖାଆନ୍ତୁ ଏବଂ ଆପଣଙ୍କର ଓଜନକୁ ନିୟନ୍ତ୍ରଣ ରଖନ୍ତୁ ।

– କିଡନୀକୁ ସୁସ୍ଥ ରଖିବା ପାଇଁ ଭଜା ଏବଂ ମିଠା ଖାଦ୍ୟଠାରୁ ଦୂରରେ ରୁହନ୍ତୁ ଏବଂ ପ୍ରଚୁର ଫଳ ଏବଂ ପନିପରିବା ଖାଆନ୍ତୁ ।

– କିଡନୀକୁ ସୁସ୍ଥ ରଖିବା ପାଇଁ ସମୟ ସମୟରେ ଆପଣଙ୍କ କୋଲେଷ୍ଟ୍ରଲ ସ୍ତର ଯାଞ୍ଚ କରନ୍ତୁ ।