ଭୁବନେଶ୍ୱର,୧୦/୬ : ରବିବାର ବାରବାଟୀ T-20 ମ୍ୟାଚକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବାରବାଟୀର ପ୍ରସ୍ତୁତି । ମ୍ୟାଚ୍ ଦେଖିବା ପାଇଁ ଦର୍ଶକଙ୍କ ଯିବା ଆସିବା ନିମନ୍ତେ ସ୍ୱତନ୍ତ୍ର ‘ମୋ ବସ୍’ ସେବା ଯୋଗାଇ ଦିଆଯିବ । ଭୁବନେଶ୍ୱରରୁ ବାରବାଟୀକୁ ଦୁଇଟି ରୁଟରେ ସ୍ୱତନ୍ତ୍ର ମୋ ବସ୍ ଚାଲିବ । ପ୍ରଥମ ରୁଟରେ ବସ ମାଷ୍ଟରକ୍ୟାଣ୍ଟିନରୁ ଭାୟା ରସୁଲଗଡ ଦେଇ ବାରବାଟୀ ଷ୍ଟାଡିୟମ ଯିବ । ଦ୍ୱିତୀୟ ରୁଟରେ ବରମୁଣ୍ଡା ବସଷ୍ଟାଣ୍ଡରୁ ଭାୟା ପଟିଆ ଦେଇ ବାରବାଟୀ ଷ୍ଟାଡିୟମ ଯିବ । ଏହି ସ୍ୱତନ୍ତ୍ର ବସର ଭଡା ୪୦ ଟଙ୍କା ରଖାଯାଇଛି । ଏନେଇ କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ପକ୍ଷରୁ ସୂଚନା ଦିଆଯାଇଛି ।
ବାରବାଟୀରେ ମ୍ୟାଚ୍ ସନ୍ଧ୍ୟା ୭ଟାରୁ ୧୧ଟା ମଧ୍ୟରେ ଖେଳାଯିବ। ବରମୁଣ୍ଡା ବସଷ୍ଟାଣ୍ଡ ଏବଂ ମାଷ୍ଟର କ୍ୟାଣ୍ଟିନରୁ ମଧ୍ୟାହ୍ନ ୧୨ଟା ୩୦ରୁ ଷ୍ଟାଡିୟମ ପର୍ଯ୍ୟନ୍ତ ସ୍ଵତନ୍ତ୍ର ‘ମୋ ବସ୍’ ଉପରୋକ୍ତ ଦୁଇଟି ରୁଟ୍ରେ ଚଳାଚଳ କରିବ । ସେହିପରି ମ୍ୟାଚ୍ ସରିବା ପରେ ରାତି ୧୧ଟା ୩୦ରୁ ଦର୍ଶକଙ୍କୁ ନେଇ ମୋ ବସ୍ ଷ୍ଟାଡିୟମରୁ ବରମୁଣ୍ଡା ବସଷ୍ଟାଣ୍ଡ ଏବଂ ମାଷ୍ଟର କ୍ୟାଣ୍ଟିନ ଅଭିମୁଖେ ଯାତ୍ରା କରିବ।