ମହାକାଳପଡ଼ା,୧୩ /୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପା ସରକାରଙ୍କ ସୁଶାସନର ୮ ବର୍ଷ ପୂର୍ତ୍ତୀ ଅବସରରେ ମହାକାଳପଡ଼ା ବିଧାନସଭା କ୍ଷେତ୍ର ୨୨ ନଂ ଜୋନ ଜମ୍ବୁ ମଣ୍ଡଳ ଠାରେ ଗରିବ କଲ୍ୟାଣ ଓ ଗୃହ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଦିବଂଗତ ବିଜେପି ନେତା ସ୍ବର୍ଗତ ବିଜୟ ପ୍ରଧାନଙ୍କ ଧର୍ମ ପତ୍ନୀ ଜାନକୀ ପ୍ରଧାନ , ରାଜ୍ୟପାରିଷଦ ସଭ୍ୟ ସରୋଜ କାନ୍ତ ସାହୁ, ଜିଲ୍ଲା ସମ୍ପାଦକ ବିକ୍ରମାଦିତ୍ୟ ସାହୁ, ମହିର କୁମାର ସାମଲ ଓ ଜୋନ ସଭାପତି ଶରତ ଚନ୍ଦ ମହାନ୍ତି, ଶଶିକାନ୍ତ ପରିଡା, ପ୍ରକାଶ କୁମାର ପ୍ରଧାନ, କଳ୍ପତରୁ ବେହେରା, ଇଂ ପ୍ରକାଶ ଚନ୍ଦ୍ର ଦାସ ଏବଂ ଜମ୍ବୁ ମଣ୍ଡଳର ସମସ୍ତ ସରପଞ୍ଚ ପାର୍ଥି ଓ ସମିତି ସଭ୍ୟ ପାର୍ଥି ଯୋଗଦେଇଥିଲେ l ମୋଦୀ ସରକାରଙ୍କର ସମସ୍ତ ଜନକଲ୍ୟାଣକାରୀ ଯୋଜନା ବିଷୟରେ କର୍ମୀ ମାନଙ୍କ ସହିତ ଆଲୋଚନା ହୋଇଥିଲା l ଏପରିକି ୨୦୨୪ ନିର୍ବାଚନ କୁ ଆଖି ଆଗରେ ରଖି ସାଧାରଣ ଜନତାଙ୍କୁ ମୋଦିଜୀଙ୍କ ସୁଶାସନ ବିଷୟରେ ଅବଗତ କରାଇ ଭାଜପା ସପକ୍ଷରେ ମତ ସାବ୍ୟସ୍ତ ପାଇଁ ଉଦ୍ୟମ ଜାରି ରଖିବେ l ଦୀର୍ଘ ଆଠ ବର୍ଷ ଧରି ଭାରତ ବାସୀଙ୍କୁ ନିର୍ଭର ଯୋଗ୍ୟ ଶାସନ ଯୋଗାଇ ଆସୁଥିବା ପ୍ରଧାନମନ୍ତ୍ରୀଙ୍କ ସଫଳତାର କାହାଣୀ ବ୍ୟାଖ୍ୟା କରିଥିଲେ l ସମ୍ପୃକ୍ତ ମଣ୍ଡଳରେ ସୁଶାସନ ପକ୍ଷ ପାଳନ ଅବସର ରେଯୋଗ ଦାନ କାରି ନେତୃ ମଣ୍ଡଳୀ ନିଜ ନିଜର ବକ୍ତବ୍ୟ ରଖିଥିଲେ l