ମାଲକାନଗିରି,୧୩/୬: ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ । ମାଲକାନଗିରି ସୀମାନ୍ତ ବୋଡୁଗୁଡମ୍ ନିକଟରେ ହୋଇଛି ମର୍ମନ୍ତୁଦ ଦୁର୍ଘଟଣା । ଏଥିରେ ୫ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ଜଣ ଗୁରୁତର ହୋଇଛି । ସମସ୍ତ ମୃତକ କଳାହାଣ୍ଡି ଜିଲ୍ଲାର ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ୪୦ଜଣ ଯାତ୍ରୀଙ୍କୁ ନେଇ ବସ୍ଟି ବିଜୟଓ୍ୱାଡ଼ାରୁ ଭବାନୀପାଟଣା ଅଭିମୁଖେ ଆସୁଥିଲେ । ହେଲେ ଆଜି ଭୋର ସମୟରେ ବସ୍ଟି ମାଲକାନଗିରି ସୀମାନ୍ତ ବୋଡୁଗୁଡ଼ମ୍ ନିକଟରେ ଭାରସାମ୍ୟ ହରାଇ ଓଲଟିପଡିଥିଲା । ଯାହାଫଳରେ କି ବସ୍ ଥିବା ଲୋକଙ୍କ ମଧ୍ୟରୁ ୫ଜଣଙ୍କ ମୃତ୍ୟୁ ହୋଇଛି ।
ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇଁ ସ୍ଥାନୀୟ ପୋଲିସ ଓ ସାଧାରଣଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସ୍ଥାନୀୟ ଲୋକେ ପ୍ରଥମେ ଉଦ୍ଧାର କରି ଭଦ୍ରାଚଳମ ଚିକିତ୍ସାଲୟକୁ ପଠାଇଛନ୍ତି। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲ ୨ ଜଣଙ୍କ ମୃତ୍ୟୁ ହୋଇଛି ।