ଋକ୍ତଦାନର ରହିଛି ଅଦ୍ଭୁତ ଫାଇଦା: ଜାଣନ୍ତୁ ବର୍ଷକୁ କେତେଥର କରିପାରିବେ ଡୋନେଟ୍

ଋକ୍ତ ଆମ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  । ରକ୍ତଦାନକୁ ମହାଦାନ କୁହାଯାଏ  । ଏହା ଏପରି ଏକ ଦାନ, ଯାହାଦ୍ୱାରା ଆପଣ କାହା ଜୀବନ ବଞ୍ଚାଇପାରିବେ ଓ ତାଙ୍କୁ ନୂଆ ଜୀବନ ଦେଇପାରିବେ । ୪ ପ୍ରକାରର ରକ୍ତ ରହିଛି- ଏ, ବି, ଓ ଓ ଏବି, ଯାହାକି ପଜିଟିଭ ଓ ନେଗେଟିଭରେ ଦେଖାଯାଏ । ରକ୍ତଦାନ ବେଳେ ଆପଣଙ୍କ ରକ୍ତର ଅନେକ ପରୀକ୍ଷା କରାଯାଏ, ଯେପରିକି ଏଚଆଇଭି, ମ୍ୟାଲେରିଆ, ହେପାଟାଇଟିସ୍ ଇତ୍ୟାଦି । ତେବେ ଆସନ୍ତୁ ଜାଣିବା ରକ୍ତଦାନ ବିଷୟରେ କିଛି ରୋଚକ ତଥ୍ୟ…

ରକ୍ତଦାନ କରିବାକୁ ପ୍ରାୟ ୨୦-୩୦ ମିନିଟ୍ ସମୟ ଲାଗେ ।  ରକ୍ତଦାନ କରିବା ସମୟରେ ବ୍ୟକ୍ତିକୁ କୌଣସି ପ୍ରକାରର ସମସ୍ୟା ହୋଇନଥାଏ । ଏହା ସହ କୌଣସି ପ୍ରକାରର ବ୍ୟାପିବା ଭଳି ରୋଗ ବି ହୋଇନଥାଏ । ଅନେକ ଲୋକ ଭାବନ୍ତି କି, ରକ୍ତଦାନ କରିବା ଦ୍ୱାରା ଶରୀର ଦୁର୍ବଳ ହୋଇଯାଏ । କିନ୍ତୁ ଜରୁରୀ ନୁହେଁ କି ଏପରି ଘଟିବ । ଡାକ୍ତରଙ୍କ କହିବା ମୁତାବକ, ବାରମ୍ବାର ରକ୍ତ ଦେବା ଦ୍ୱାରା ରକ୍ତରେ ଆରବସି, ଡବ୍ଲୁବିସି, ପ୍ଲାଲେଟ୍ ଇତ୍ୟାଦି ଜିନିଷ ଶରୀରରେ ଶୀଘ୍ର ସୃଷ୍ଟି ହେବା ଆରମ୍ଭ କରେ, ଯାହା ଶରୀର ପାଇଁ ଭଲ ବୋଲି ବିବେଚନା କରାଯାଏ  ।

ଯଦି ଆପଣ ଭାବୁଥିବେ ଯେ ରକ୍ତଦାନ କରିବା ଶରୀରରେ ଦୁର୍ବଳତା, ମୁଣ୍ଡ ବୁଲାଇବା ଇତ୍ୟାଦି ସମସ୍ୟା ଦେଖାଦିଏ, ତେବେ ଭୟ କରନ୍ତୁ ନାହିଁ । କାହିଁକି ନା ଏପରି କିଛି ହୋଇନଥାଏ । ଜଣେ ସୁସ୍ଥ ବ୍ୟକ୍ତି ପ୍ରତି ୬ ମାସ ପରେ ରକ୍ତଦାନ କରିପାରିବେ ଓ ଏପରି କରିବା ଦ୍ୱାରା ତାଙ୍କ ଶରୀରରେ କୌଣସି କ୍ଷତି ହୋଇନଥାଏ । ଆବଶ୍ୟକ ବେଳେ ଗୋଟିଏ ମାସ ପରେ ବି ଆପଣ ରକ୍ତଦାନ କରିପାରିବେ ।