ଜ୍ୟୋତିଷ ଶାସ୍ତ୍ର ପରି ନାମ ଶାସ୍ତ୍ର ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷର ଆଧାରରେ ତାଙ୍କ ସ୍ୱଭାବ ଓ ଭବିଷ୍ୟ ଗଣନା କରିଥାଏ । ବ୍ୟକ୍ତିଙ୍କ ନାମ ତାଙ୍କ ଜିବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ତାଙ୍କ ବ୍ୟକ୍ତିତ୍ୱ ଓ କାର୍ଯ୍ୟଶୈଳୀକୁ ନାମ ଆଧାରରେ ସହଜରେ ଜଣାଯାଏ । ଏହିପରି କିଛି ନାଁ ରହିଛି, ଯେଉଁମାନେ ରାଜାଙ୍କ ପରି ଜୀବନ ବିତାନ୍ତି । କେବଳ ଏତିକି ନୁହେଁ, ଏପରି ଲୋକ ଛୁଆବେଳୁ ଧନବାନ୍ ହୁଅନ୍ତି ଓ ସେମାନଙ୍କ ପାଖରେ ଧନର ଅଭାବ ରୁହେନାହିଁ ।
A
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ନାମର ଲୋକମାନେ ସଚ୍ଚୋଟ ଏବଂ ପରିଶ୍ରମୀ । ଯଦି ଆପଣ କୌଣସି କାମ କରିବାକୁ ସ୍ଥିର କରନ୍ତି, ତେବେ ଏହାକୁ ଶେଷ କରିବା ପରେ ହିଁ ଛାଡନ୍ତି । କେବଳ ଏତିକି ନୁହେଁ, କାମରେ ସଫଳତା ନମିଳିବା ପର୍ଯ୍ୟନ୍ତ କାମ କରିଚାଲନ୍ତି । ସେମାନଙ୍କ ମୁଣ୍ଡରେ ମା’ ଲକ୍ଷ୍ମୀଙ୍କ ହାତ ରହିଛି । ସେମାନଙ୍କ ପାଖରେ ଧନ-ସମ୍ପତ୍ତିର କୌଣସି ଅଭାବ ରହିନଥାଏ । ଏମାନେ ବିଳାସପୂର୍ଣ୍ଣ ଜୀବନଯାପନ କରନ୍ତି ।
K
ନାମ ଶାସ୍ତ୍ର ନାମ ଅନୁଯାୟୀ, ଏହି ଅକ୍ଷରରୁ ଆରମ୍ଭ ହୋଇଥିବା ନାମ ଥିବା ଲୋକଙ୍କ ମୁଣ୍ଡରେ ଧନ ଦେବତା କୁବେରଙ୍କ ହାତ ଅଛି । ସେମାନେ ପିଲାଦିନରୁ ବହୁତ ଧନୀ । ସେମାନେ ପରିଶ୍ରମର କରି ଅସମ୍ଭବକୁ ବି ସମ୍ଭବ କରି ଦେଖାନ୍ତି । ଆର୍ଥିକ ସ୍ଥିତିରେ ବହୁତ ମଜଭୁତ ହେବା ସହ ଜୀବନ ସୁଖମୟ ହୋଇଥାଏ । ଏମାନେ ଅତି ସହଜରେ ହାର୍ ମାନନ୍ତି ନାହିଁ । ସେମାନଙ୍କର ସଉକ୍ ରାଜାଙ୍କ ପରି ହୋଇଥିବା ବେଳେ ସେମାନେ ତାଙ୍କ ପରି ଜୀବନ ଅତିବାହିତ କରନ୍ତି ।
S
ଏହ ଜାତକର ଲୋକମାନେ ପିଲାଦିନରୁ ପରିଶ୍ରମୀ ହୋଇଥାନ୍ତି । ସେମାନେ ନିଜର କଠିନ ପରିଶ୍ରମ ଦ୍ୱାରା ଜୀବନର ସମସ୍ତ ସୁଖ ସୁବିଧା ପାଇଥାନ୍ତି । ଏମାନେ ଦାମୀ ଜିନିଷର ସଉକ୍ ରଖନ୍ତି ଓ ପରିଶ୍ରମ କରି ଟଙ୍କା ରୋଜଗାର କରି ନିଜର ସଉକ୍ ପୂରଣ କରନ୍ତି । ଏମାନଙ୍କ ପାଖରେ କୌଣସି ଜିନିଷର ଅଭାବ ରହିନଥାଏ । ସେମାନଙ୍କ ଜୀବନ କୌଣସି ରାଜା-ମହାରାଜାଙ୍କ ଠାରୁ କମ୍ ନୁହେଁ । ଏମାନେ ଜୀବନକୁ ଭରପୂର ଭାବେ ଉପଭୋଗ କରନ୍ତି ।