ମୋବାଇଲରେ ବିସ୍ଫୋରଣ ହେବ ଘଟଣା ତ ଆପଣ ଅନେକ ଶୁଣିଥିବେ – ଏଥିରେ କିଛି ଲୋକଙ୍କର ଜୀବନ ଚାଲିଯାଇଥିବା ବେଳେ ଅନେକ ଲୋକ ଗୁରୁତର ହୋଇଛନ୍ତି । ସେହିପରି ନିକଟରେ ଗୁଜୁରାଟର ପାଟନ ସହରରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ପାଟାନର ଏକ ଶୋ’ରୁମରେ ବସି ଜଣେ ବ୍ୟକ୍ତି ଆରାମରେ କଥା ହେଉଥିଲେ । ସକାଳ ୧୦ଟାରେ ସବୁକିଛି ସ୍ୱାଭାବିକ ପରି ମନେ ହେଉଥିଲା ।
ଏହି ସମୟରେ ହଠାତ୍ ସାର୍ଟ ପକେଟରେ ଥିବା ମୋବାଇଲରୁ ଧୂଆଁ ବାହାରିଥିଲା । ଫଳରେ ବ୍ୟକ୍ତି ଜଣଙ୍କ ଭୟଭୀତ ହୋଇ ପକେଟରୁ ମୋବାଇଲ ବାହାର କରି ତଳେ ଫୋପାଡିଦେଇଥିଲେ । ଏହି ସମୟରେ, ମୋବାଇଲ୍ ବିସ୍ଫୋରଣ ହୋଇଥିଲା । ଯଦି ଏହି ବିସ୍ଫୋରଣଟି ସାର୍ଟ ପକେଟରେ ଥାଆନ୍ତା ତାହେଲେ କଣ ହୋଇଥାନ୍ତି ତା ଭାବିଲେ ମନରେ ଭୟ ଆସିଯାଉଛି । ତେବେ ଏଥିରୁ ସ୍ପଷ୍ଟ ଯେ, ବ୍ୟକ୍ତି ଜଣଙ୍କ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛି ।
ଆଶ୍ଚର୍ଯ୍ୟର କଥା ଶୁକ୍ରବାର ଘଟିଥିବା ଏହି ଘଟଣା ସିସିଟିଭିରେ କଏଦ ହୋଇଛି । ଏହାପୂର୍ବରୁ ଚଳିତ ବର୍ଷ ଏପ୍ରିଲରେ ଚୀନ୍ର ଏକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ବ୍ୟାଗ ଭିତରେ ଥିବା ଫୋନରେ ନିଆଁ ଲାଗିଥିଲା । ସାଉଥ ଚାଇନା ମର୍ନିଂ ପୋଷ୍ଟ ଦ୍ୱାରା ସେୟାର କରାଯାଇଥିବା ୫୧ ସେକେଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା