ଶୁଟିଂ ସେଟରେ ବିଗିଡ଼ିଲା ଦୀପିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା: ହାର୍ଟବିଟ୍‌ ବଢ଼ିଯିବାରୁ ମେଡିକାଲରେ ଭର୍ତ୍ତି 

ମୁମ୍ୱାଇ : ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ହାଇଦ୍ରାବାଦରେ ନିଜର ଆଗାମୀ ଚଳଚ୍ଚିତ୍ର ପ୍ରୋଜେକ୍ଟ ପାଇଁ ଶୁଟିଂ କରୁଛନ୍ତି  । ଏହି ସମୟରେ ଦୀପିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିବା ଖବର ମିଳିଛି  । ଖବର ଅନୁଯାୟୀ, ଅଭିନେତ୍ରୀଙ୍କ ହଠାତ୍ ହୃଦସ୍ପନ୍ଦନ ବଢିଯାଇଥିଲା, ଫଳରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା  । ଡାକ୍ତରମାନେ ସେଠାରେ ତାଙ୍କର ଯାଞ୍ଚ କରିଥିଲେ । ଦୀପିକାଙ୍କ ଅବସ୍ଥା ଏବେ ପୂର୍ବ ଅପେକ୍ଷା ଭଲ ଅଛି  । ଭଲ ଅନୁଭବ କରିବା ପରେ ସେ ସେଟକୁ ଫେରିଥିଲେ, ଯେଉଁଠାରେ ସେ ଅମିତାଭ ବଚ୍ଚନଙ୍କ ସହ ସୁଟିଂ ଆରମ୍ଭ କରିଥିଲେ । ତେବେ ଦୀପିକା କିମ୍ବା ତାଙ୍କ ଟିମ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ ।

 

ମିଡିଆ ରିପୋର୍ଟ ମୁତାବକ ଦୀପିକା ଏବେ ହୋଟେଲରେ ଆରମ୍ କରୁଛନ୍ତି । ଦୀପିକାଙ୍କର ଆଗକୁ ଅନେକ ଫିଲ୍ମ ଅସିବାକୁ ଯାଉଛି । ଦୀପିକାଙ୍କର ପ୍ରଭାସଙ୍କ ସହ ପ୍ରୋଜେକ୍ଟକେ, ଫାଇଟରରେ ହ୍ରିତିକ ରୋଶନଙ୍କ ସହ ନଜର ଆସିବେ ଏବଂ ପଠାନ୍‌ରେ ଶାହାରୁଖଙ୍କ ସହ ନଜର ଆସିବେ । ପ୍ରଥମ ଥର ପାଇଁ ଦୀପିକା ପ୍ରଭାସ ଏବଂ ହ୍ରିତିକଙ୍କ ସହ ନଜର ଆସିବେ  ।