ଅଣସର ଘରେ ଶ୍ରୀଜିଉ : ଅଲାରନାଥଙ୍କ ପୀଠରେ ଲାଗିଛି ଭକ୍ତଙ୍କ ଭିଡ଼

ଭୁବନେଶ୍ୱର: ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହୋଇଛି ଅଣସର ନୀତି। ପୂଜା ପାଉଛନ୍ତି ପଟି ଦିଅଁ। ୧୦୮ ଗରା ଜଳରେ ସ୍ନାନ ପରେ ଜ୍ୱରରେ କମ୍ପୁଛନ୍ତି ଶ୍ରୀଜିଉ। ସୁସ୍ଥ ହେବା ପାଇଁ ଚାଲିଛି ଗୁପ୍ତ ଉପଚାର। ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ଥିବାରୁ ଦର୍ଶନ ପାଇଁ ବ୍ରହ୍ମଗିରି ସ୍ଥିତ ଶ୍ରୀ ଅଲାରନାଥ ପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼।

ତେବେ ପରମ୍ପରା ଅନୁସାରେ ଚତୁର୍ଦ୍ଧା ମୂର୍ତ୍ତି ଅଣସର ଘରେ ରହିଲେ ୧୪ ଦିନ ପାଇଁ ଶ୍ରୀମନ୍ଦିରରେ ପଟି ଦିଅଁ ପୂଜା ପାଆନ୍ତି । ଅନ୍ୟପଣେ ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ ଯେମିତି ବଞ୍ଚିତ ନହୁଏ ସେଥିପାଇଁ ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଥିବା ଅଲାରନାଥଙ୍କୁ ଭକ୍ତ ଦର୍ଶନ କରିଥାନ୍ତି । ଅଲାରନାଥ ହେଉଛନ୍ତି ଶ୍ରୀଜଗନ୍ନାଥ ସ୍ୱୟଂ ନାରାୟଣଙ୍କ ସ୍ୱରୂପ । ତେଣୁ ଏଠାରେ ୧୪ ଦିନ ଧରି ଭକ୍ତଙ୍କ ପ୍ରବଳ ଗହଳି ଲାଗେ ।

ନୂପଟେ ଲକ୍ଷାଧିକ ଭକ୍ତଙ୍କ ସମାଗମ କୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି । କୋଭିଡି କଟକଣା ପାଇଁ ଦୁଇ ବର୍ଷ ବନ୍ଦ ଥିଲା ଅଣସର ଦର୍ଶନ । ଆଜି ଭୋର ୪ଟାରୁ ମନ୍ଦିର ଖୋଲିବା ପରେ ମହାପ୍ରଭୁଙ୍କ ସମସ୍ତ ନୀତି ସମ୍ପନ୍ନ ହେବା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ବର୍ଷକ ୩୬୫ ଦିନରୁ ୩୫୧ ଦିନ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଲେ ଯେଉଁ ପୁଣ୍ୟ ମିଳେ ଅଣସର ୧୪ ଶ୍ରୀ ଅଲାରନାଥ ଙ୍କ ଦର୍ଶନ କଲେ ସମ୍ମାନ ପୁଣ୍ୟ ମିଳେ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି । ସେଥିପାଇଁ ଆଜି ସକାଳୁ ମହାପ୍ରଭୁଙ୍କ ଅଣସର ଦର୍ଶନ ଆଜି ସକାଳୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିଛି ।