ବ୍ୟସ୍ତ ଜୀବନଶୈଳୀ ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ଏବେ ଅତି ସାଧାରଣ କଥା । ଗତିହୀନ ଜୀବନଶୈଳୀ, ଅବସାଦ, ଚିନ୍ତା ମଣିଷକୁ ଘେରି ରହିଛି। ଏସବୁ ମଧ୍ୟରେ ହିମୋଗ୍ଲୋବିନ ଏକ ସାମାନ୍ୟ ସମସ୍ୟା। ହିମୋଗ୍ଲୋବିନ ଆଇରନରେ ଭରପୁର ଏକ ପ୍ରୋଟିନ ଯାହା ଲାଲ ରକ୍ତ କଣିକାରେ ଥାଏ। ହିମୋଗ୍ଲୋବିନ ସ୍ତର କମ ହୋଇଗଲେ ଥକାପଣ, ଦୁର୍ବଳ, ନିଶ୍ୱାସ ନେବାରେ ସମସ୍ୟା, ମୁଣ୍ଡବିନ୍ଧା ଆଦି ସମସ୍ୟା ଦେଖାଦେଇଥାଏ। ହିମୋଗ୍ଲୋବିନ ସ୍ତର ଅଧିକ କମ ହୋଇଗଲେ ଏନିମିଆ ସ୍ଥିତି ଉପୁଜିଥାଏ। ହିମୋଗ୍ଲୋବିନ ମାତ୍ରା ବଢାଇବାକୁ ନିଜ ଆହାର ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ।
ଲାଲ ରକ୍ତ କଣିକାର ମୁଖ୍ୟ କାମ ହେଲା ଫୁସଫୁସରୁ ଶରୀର କୋଷକୁ ଅମ୍ଳଜାନ ପରିବହନ କରିବା। ଆରବିସିରେ ହେମୋଗ୍ଲୋବିନ୍ ନାମକ ଏକ ପ୍ରୋଟିନ୍ ଥାଏ ଯାହା ଅକ୍ସିଜେନ ବହନ ପାଇଁ ଦାୟୀ। ଏହା ସ୍ପଷ୍ଟ କରିଥାଏ ଯେ ଜୀବନ୍ତ କୋଷଗୁଡିକ ଭଲ ଭାବରେ କାର୍ଯ୍ୟ କରୁଛି କି ନାହିଁ। କୁହାଯାଏ ଯେ ଫୁସଫୁସରୁ ରକ୍ତ ନେଇଥିବା ଅକ୍ସିଜେନର ୯୭ ପ୍ରତିଶତ ହେମୋଗ୍ଲୋବିନ ମାଧ୍ୟମରେ ହୋଇଥାଏ ଏବଂ ଅବଶିଷ୍ଟ ତିନି ପ୍ରତିଶତ ପ୍ଲାଜମା ଦ୍ୱାରା ଦ୍ରବୀଭୂତ ହୁଏ।
ଆଇରନକୁ ଶରୀର ଦ୍ୱାରା ସଂପୂର୍ଣ୍ଣ ଅବଶୋସିତ କରାଯାଇପାରିବ ନାହିଁ, ତେଣୁ ଏହାକୁ ଭଲ ଭାବରେ ଅବଶୋଷିତ କରିବା ପାଇଁ ଏକ ମାଧ୍ୟମ ଆବଶ୍ୟକ। ତେଣୁ ଭିଟାମିନ୍-ସିରେ ଯୁକ୍ତ ଖାଦ୍ୟ ଖାଇବା ଉଚିତ। ଯେପରିକି କମଳା, ଲେମ୍ବୁ, କ୍ୟାପସିକମ୍, ଟମାଟୋ, ଅଙ୍ଗୁର, ବରକୋଳି ଇତ୍ୟାଦି ଅଧିକ ଖାଇବା ଉଚିତ।
ଶରୀରରେ ସଠିକ ପରିମାଣର ଆଇରନ ପାଇଁ ୧୯ ରୁ ୫୦ ବର୍ଷ ବୟସ୍କ ପୁରୁଷ ଆଠ ମିଲିଗ୍ରାମ ଓ ବୟସ୍କ ମହିଳା ୧୮ ମିଗ୍ରା ଖାଇବା ଉଚିତ। ସବୁଜ ପତ୍ରଯୁକ୍ତ ପନିପରିବା, କଲିଜା, ଟୋଫୁ, ବାଦାମ, ଡାଲି, ଅଣ୍ଡା, ମାଂସ, ମାଛ, କାଜୁ ଇତ୍ୟାଦି ଖାଦ୍ୟ ଖାଇବା ଉଚିତ।
ଖଜୁରୀ ଅତ୍ୟଧିକ ମିଠା, ଶକ୍ତିରେ ପରିପୂର୍ଣ୍ଣ ଏବଂ ସୁପର ପୁଷ୍ଟିକର। ଖଜୁରୀରେ ପର୍ଯ୍ୟାପ୍ତ ପରିମାଣର ଆଇରନ ରହିଛି ଯାହା ରକ୍ତରେ ହେମୋଗ୍ଲୋବିନ୍ ସ୍ତରକୁ ବଢ଼ିଥାଏ। ତେବେ ଅଧିକାଂଶ ଡାକ୍ତର ପରାମର୍ଶ ଦିଅନ୍ତି ଯେ ମଧୁମେହ ରୋଗୀମାନେ ଅଧିକ ମାତ୍ରାରେ ଚିନିଯୁକ୍ତ ଖାଦ୍ୟ ଖାଇବା ଅନୁଚିତ।
ଡାଳିମ୍ବରେ ପ୍ରୋଟିନ୍, କାର୍ବୋହାଇଡ୍ରେଟ୍ ଏବଂ ଫାଇବର ସହିତ ଉଭୟ କ୍ୟାଲସିୟମ୍ ଓ ଆଇରନ ଭରପୁର ମାତ୍ରାରେ ରହିଛି। ହେମୋଗ୍ଲୋବିନ ମାତ୍ରା ବୃଦ୍ଧି ପାଇଁ ଏହା ସର୍ବୋତ୍ତମ ଖାଦ୍ୟ ଅଟେ। ହେମୋଗ୍ଲୋବିନ୍ ସ୍ତରକୁ ବଢାଇବା ପାଇଁ ପ୍ରତିଦିନ ଡାଳିମ୍ବ ରସ ପିଅନ୍ତୁ।