ଶୈଳବାଳା କଲେଜ ପାଇଁ ସ୍ବତନ୍ତ୍ର ପ୍ୟାକେଜ

କଟକ : ମାଆ କଟକ ଚଣ୍ଡୀ ମନ୍ଦିରର ନବକଳେବର ପାଇଁ ଜମି ହରାଉଥିବା ଶୈଳବାଳା ମହିଳା ମହାବିଦ୍ୟାଳୟକୁ ମିଳିବ ସ୍ବତନ୍ତ୍ର ପ୍ୟାକେଜ ।  ପ୍ରଥମ ପର୍ଯ୍ୟାୟରେ ସାଢ଼େ ୫ କୋଟି ଟଙ୍କାର ପ୍ରକଳ୍ପ କରାଯିବ । ମହାବିଦ୍ୟାଳୟ ଭିତ୍ତିଭୂମିର ବିକାଶ ପାଇଁ ୪୮୦୦ ବର୍ଗ ମିଟର ଜମି ଚିହ୍ନଟ ହୋଇଥିବା ଜଣାପଡିଛି ।

କିଛିଦିନ ତଳେ କଟକ ଚଣ୍ଡୀ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଶୈଳବାଳା ମହିଳା ମହାବିଦ୍ୟାଳୟର କିଛି ଜମି ସାମିଲ ହେବା ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଥିଲେ କଲେଜ ଛାତ୍ରୀ । ଏହାକୁ ବିରୋଧ କରି କଲେଜ ଛାତ୍ରୀ, କଲେଜର ମୁଖ୍ୟ ଫାଟକ ବନ୍ଦ କରି କଲେଜ ସାମ୍ନାରେ ପ୍ରତିବାଦ କରିଥିଲେ । ଏଥିସହ ରାସ୍ତା ଉପରେ ଟାୟାର ଜାଳି ପ୍ରତିବାଦ କରିଥିଲେ ।