ମୁମ୍ବାଇ: ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ଉପରେ ସଙ୍କଟର କଳାବାଦଲ ଛାଇଥିବା ବେଳେ ଅମରାବତୀ ସାଂସଦ ନବନୀତ ରାଣାଙ୍କ ପୁଷ୍ପା ଷ୍ଟାଇଲ ଏବେ ଭାଇରାଲ ହେଉଛି । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୂର୍ମୁଙ୍କ ନାମାଙ୍କାନ ପତ୍ର ଦାଖଲ ବେଳେ ନବନୀତ ସେହି ସ୍ଥାନରେ ଉପସ୍ଥିତ ଥିଲେ । ସଂସଦରେ ପଂହଚିବା ମାତ୍ରେ ମିଡିଆ ପ୍ରତିନିଧିଙ୍କ ସାମ୍ନାରେ ପୁଷ୍ପା ଶୈଳୀରେ ମେଁ ଝୁକେଗା ନେହି ପୋଜ ଦେଇଥିଲେ ।
ଅନ୍ୟପଟେ ମହାରାଷ୍ଟ୍ର ରାଜନୈତିକ ସଙ୍କଟ ସହ ଏହାକୁ ଯୋଡା ଯାଉଛି । ନବନୀତ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ଏବେ କିଛି ଦିନ ହେବ ରାଜନୈତିକ ଲଢ଼େଇ ଚାଲିଛି । ଉଦ୍ଧବଙ୍କ ଘର ସମ୍ମୁଖରେ ସେ ହନୁମାନ ଚାଳିଶା ପାଠ କରିବା ଯୋଗୁ ତାଙ୍କ ତାଙ୍କ ପତି ରବି ରାଣାଙ୍କ ସହ ଜେଲ ଯିବାକୁ ପଡିଥିଲା ।
ସେହି ସମୟରେ ନବନୀତ କହିଥିଲେ ଯେ, ଏହି ସରକାର ନିଜ କର୍ମ ଯୋଗୁ ଭାଙ୍ଗିଯିବ । ବର୍ତ୍ତମାନ ଉଦ୍ଧବ ସରକାର ବଂଚାଇବା ପାଇଁ ଉଦ୍ୟମ କରୁଥିବା ବେଳେ ନବନୀତଙ୍କ ପୁଷ୍ପା ଷ୍ଟାଇଲ ପ୍ରଶଂସକଙ୍କୁ ଆନନ୍ଦିତ କରିଛି । ମହାରାଷ୍ଟ୍ରକୁ ସଙ୍କଟରୁ ବଂଚାଇବା ପାଇଁ ସେ ୧୧ ଥର ହନୁମାନ ଚାଳିଶା ପାଠ କରିଥିଲେ ।