କୋଲକାତା: କୋଲକାତାସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁରୋସାଇନ୍ସ ହସ୍ପିଟାଲର ଅଷ୍ଟମ ମହଲା ଉପରୁ ଜଣେ ରୋଗୀ ଡେଇଁପଡ଼ିଥିବା ଘଟଣା ସାମ୍ନାକୁ ଆସିଛି । ଘଟଣା ପରେ ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା ମଧ୍ୟ କୋଲକାତାର ବ୍ୟସ୍ତବହୁଳ ମଲ୍ଲିକ ବଜାର ଛକରେ ଘଟିଛି । ରୋଗୀ ଜଣକ ସେଠାରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଥିବା ବେଳେ ସେ ହସ୍ପିଟାଲର ଅଷ୍ଟମ ମହଲାର ଝରକା ଉପରକୁ ଯାଇ ସେଠାରୁ ତଳକୁ ଡେଇଁ ପଡ଼ିଥିବା ଜାଣିବାକୁ ମିଳିଛି।
ବ୍ୟକ୍ତି ଜଣକ ହସ୍ପିଟାଲ୍ର ଏତେ ଉଚ୍ଚ ସ୍ଥାନରେ ଅସୁରକ୍ଷିତ ଅବସ୍ଥାରେ ଥିବା ଜାଣିବା ପରେ ପୋଲିସ, ଅଗ୍ନିଶମ ବାହିନୀ ଓ ହସ୍ପିଟାଲ୍ କର୍ତ୍ତୃପକ୍ଷ ସମସ୍ତେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ସେ କାହାକୁ ବି ତାଙ୍କ ପାଖକୁ ଯିବାକୁ ଦେଇନଥିଲେ। ଏହି ରୋଗୀ ଜଣକ ହେଉଛନ୍ତି ସୁଧୀର ଅଧିକାରୀ। ସେ ଅପରାହ୍ନ ପ୍ରାୟ ୧.୧୦ ସମୟରେ ଉପରୁ ତଳକୁ ଖସିଥିଲେ। ସେ ତଳକୁ ଖସିବା ସମୟରେ ମଝିରେ ୨ ଥର ହସ୍ପିଟାଲର କୋଣରେ ପିଟି ହୋଇ ତଳେ ପଡ଼ିଥିଲେ।
Kolkata, West Bengal | A patient has climbed out of a ward to sit on a highrise edge of the Institute of NeuroScience Hospital and is showing unwillingness to get down. Hydraulic ladder is reportedly being brought to bring him down pic.twitter.com/QWRhyhbhxq
— ANI (@ANI) June 25, 2022
କିଛି ସମୟ ସେଠାରେ ବସିବା ପରେ ସୁଧୀର ତଳକୁ ଓହଳି ଥିବାର ଦେଖିବାକୁ ମିଳିଥିଲା। ତାଙ୍କୁ ଦେଖିବା ପାଇଁ ହସ୍ପିଟାଲ୍ ପରିସରରେ ଅନେକ ଲୋକଭିଡ଼ ଜମିଥିଲା। ସୁଧୀର କିଛି କହୁଥିଲେ ବି ତାଙ୍କ କଣ୍ଠସ୍ବର ତଳ ପର୍ଯ୍ୟନ୍ତ ଶୁଭୁନଥିଲା । ତାଙ୍କୁ ଉଦ୍ଧାର କରିବାକୁ ଲୋକେ ଯେତେ ଚେଷ୍ଟା କରିିଥିଲେ ବି ସେ ବାରମ୍ବାର ମନା କରୁଥିଲେ। ପାଖାପାଖି ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ଏହି ହାଇ ଡ୍ରାମା । ବ୍ୟକ୍ତିଙ୍କ ଖପୁରି ଓ ବାମ ପଟ ହାତରେ ଗଭୀର ଆଘାତ ଲାଗିଥିବା ଡାକ୍ତରଖାନା କତ୍ତୃପକ୍ଷଙ୍କ ତରଫରୁ ସୂଚନା ମିଳିଛି ।