ମୁମ୍ବାଇ,୨୭/୬: ମହାରାଷ୍ଟ୍ର ରାଜନୀତିରେ ସଙ୍କଟ ଜାରି ରହିଥିବା ବେଳେ ଆଜି ସୁପ୍ରିମକୋର୍ଟରେ ଏହି ପ୍ରସଙ୍ଗରେ ଶୁଣାଣି ହେବ। ୧୬ ବିଦ୍ରୋହୀ ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ଉପବାଚସ୍ପତି ଦେଇଥିବା ନୋଟିସ୍ ବିରୋଧରେ ସୁପ୍ରିମକୋର୍ଟରେ ଏକନାଥ ସିନ୍ଦେ ଗୋଷ୍ଠୀ ଆବେଦନ କରିଛନ୍ତି । ଅଜୟ ଚୌଧୁରୀଙ୍କୁ ଶିବସେନା ବିଧାୟକ ଦଳ ନେତା ମାନ୍ୟତା ଦେବା ବିରୋଧରେ ମଧ୍ୟ ଆବେଦନ କରାଯାଇଛି । ଆଜି କୋର୍ଟରେ ଦୁଇଟି ଆବେଦନ ଉପରେ ଶୁଣାଣି ହେବ ।