କାଲି ମହାପ୍ରଭୁଙ୍କର ନବଯୌବନ ଦର୍ଶନ: ସମୟ ନିର୍ଘଣ୍ଟ କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ : ଜ୍ୱରରୁ ସୁସ୍ଥ ହୋଇସାରିଛନ୍ତି ଶ୍ରୀଜିଉ । ଆସନ୍ତାକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ନବଯୌବନ ଦର୍ଶନ ନେଇ ଶ୍ରୀମନ୍ଦିର ପ୍ରଶାସନ ସମୟ ନିଘଣ୍ଟ ଜାରି କରିଛି। ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମ ୧ ଘଣ୍ଟା ପରିମାଣିକ ଦର୍ଶନ ହେବ। ପରେ ସକାଳ ୯ଟାରୁ ୧୦ଟା ୩୦ ଯାଏଁ ସର୍ବସାଧାରଣ ଦର୍ଶନ ହେବ। ଏହାପରେ ଦିନ ୨ଟାରୁ ୩ଟା,ସନ୍ଧ୍ୟା ୬ଟାରୁ ୬ଟା ୩୦ ଯାଏଁ ସର୍ବସାଧାରଣ ଦର୍ଶନ କରିବେ।

ରାତି ୯ଟାରୁ ୧୦ ଟା ୩୦ ଓ ରାତି ସାଢେ ୧୧ଟାରୁ ସାଢେ ୧୨ ଦର୍ଶନ ହେବ। ବିଶେଷ ନୀତି ପାଇଁ ସକାଳ ସାଢେ ୧୦ ଟାରୁ ଦିନ ୨ଟା ଦର୍ଶନ ବନ୍ଦ ଓ ୩ଟାରୁ ୬ଟା ଦର୍ଶନ ବନ୍ଦ ରହିବ। ସେହିପରି ସାଢେ ୬ଟାରୁ ରାତି ୯ଟା ଓ ରାତି ସାଢେ ୧୦ ରୁ ସାଢେ ୧୧ଟା ମଧ୍ୟ ଦର୍ଶନ ବନ୍ଦ ରହିବ।

ସେପଟେ ବ୍ରହ୍ମଗିରି ଅଲାରନାଥ ପୀଠରେ ଆଜି ହେଉଛି ଶ୍ରୀ ଅଲାରନାଥଙ୍କ ଅନବସରର ଶେଷ ଦର୍ଶନ । ୧୪ ଦିନ ଧରି ଚାଲିଥିବା ଅଣସର ଯାତ୍ରାର ଆଜି ଅନ୍ତିମ ଦିବସ । ଆସନ୍ତାକାଲି ଠାରୁ ଶ୍ରୀକ୍ଷେତ୍ରରେ ଲାଗିବ ଗହଳି । ୧୪ ଦିନ ପରେ ସୁସ୍ଥ ହୋଇ ନବଯୌବନ ରୂପରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ପ୍ରଭୁ ଦାରୁବ୍ରହ୍ମ ଜଗନ୍ନାଥଙ୍କ ଲୀଳାରେ ବ୍ରହ୍ମଗିରି ଅଲାରନାଥ ପୀଠ ପାଲଟିଥିଲା ଦ୍ୱିତୀୟ ଶ୍ରୀ କ୍ଷେତ୍ର । ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ବ୍ରହ୍ମଗିରି ଅଲାରନାଥଙ୍କ ପୀଠ ପାଲଟିଥିଲା ଏକ ଆଧ୍ୟାତ୍ମିକ ପରିବେଶ ।