ନୂଆଦିଲ୍ଲୀ,୩୦/୬ : ମୁକେଶ ଅମ୍ବାନୀଙ୍କ ଇସ୍ତଫା ପରେ ତାଙ୍କ ବଡ଼ପୁଅ ଆକାଶ ଅମ୍ବାନୀ ହୋଇଛନ୍ତି ରିଲାଏନ୍ସ ଜିଓର ନୂଆ ଚେୟାରମ୍ୟାନ୍ । ତେବେ ଆଉ ଏକ ଖବର ସାମ୍ନାକୁ ଆସୁଛି । ରିଲାଏନ୍ସ ରିଟେଲ୍କୁ ମିଳିପାରେ ନୂଆ ଅଧ୍ୟକ୍ଷ । ଏଥିନେଇ ଚାଲିଛି ପ୍ରସ୍ତୁତି ।
ମିଳିଥିବା ଖବର ଅନୁଯାୟୀ, ରିଲାଏନ୍ସ ରେଟ୍ଲ ନୂଆ ଚେୟାରମ୍ୟାନ୍ ଭାବେ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ହୋଇପାରନ୍ତି । ଏଥିନେଇ ମୁକେଶ ଅମ୍ବାନୀ ଓ କମ୍ପାମୀ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି । କୌଣସି ସମୟରେ ଏପରି ବଡ଼ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।
ବର୍ତ୍ତମାନ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡରେ ଜଣେ ନିର୍ଦ୍ଦେଶକ ଏବଂ ରେଟଲ ବ୍ୟବସାୟକୁ ବିସ୍ତାର କରିବାର ପୁରା ଦାୟିତ୍ ଏବେ ଇଶା ଅମ୍ବାନୀଙ୍କ ଉପରେ ରହିଛି। ଏବେ ଇଶା ଅମ୍ବାନୀଙ୍କୁ ୩୦ ବର୍ଷ ବୟସ ଏବଂ ସେ ୟେଲ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଶେଷ କରିଛନ୍ତି । ଇଶା ଅମ୍ବାନୀ ଏବଂ ଆକାଶ ଅମ୍ବାନୀ ଉଭୟ ଯାଆଁଳା ଭାଇ-ଭଉଣୀ ।