ଏମଏସ୍‍ଏମ୍‍ଇ କ୍ଷେତ୍ରର ବିକାଶ ପାଇଁ ସରକାର ସଂକଳ୍ପବଦ୍ଧ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୦/୬ : ଭାରତୀୟ ସାମଗ୍ରୀଗୁଡ଼ିକୁ ଆନ୍ତର୍ଜାତୀୟ ବଜାରରେ ପହଞ୍ଚାଇବା ପାଇଁ ଦେଶର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରକୁ ପ୍ରଭାବଶାଳୀ କରିବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଉଦ୍ୟମୀ ଭାରତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ସ୍ଥାନୀୟ ସାମଗ୍ରୀ ଗୁଡ଼ିକୁ ବିଶ୍ୱ ବଜାରରେ ପହଞ୍ଚାଇବାକୁ ସରକାର ସଂକଳ୍ପବଦ୍ଧ ଭାବେ କାର୍ଯ୍ୟ କରୁଛନ୍ତି ଓ ଦେଶର ମେକ୍‍ ଇନ୍‍ ଇଣ୍ଡିଆ ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରିବା ଦିଗରେ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ସେ କହିଛନ୍ତି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ର ଭାରତୀୟ ଅର୍ଥନୀତିର ଏକ ତୃତୀୟାଂଶ ସ୍ଥାନ ଅଧିକାର କରେ ଓ ଦେଶର ଅର୍ଥନୈତକ ଅଭିବୃଦ୍ଧିରେ ସେଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଆନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ବିଗତ ୮ବର୍ଷ ଧରି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରର ଉନ୍ନତି ପାଇଁ ସରକାର ବଜେଟ୍‍ ପରିମାଣ ଶତକଡା ୬୫୦ ଭାଗରୁ ଅଧିକ ବୃଦ୍ଧି କରିଛନ୍ତି ।