ଭିଟିଲିଗୋ ବା ଶ୍ବେତୀ ଏକ ତ୍ବଚାଜନିତ ରୋଗ। ଏହା ଦ୍ବାରା ଶରୀରରେ ଧଳା ଧଳା ଦାଗ ସୃଷ୍ଟି ହୋଇଥାଏ। ଅନେକ ଏଭଳି ରୋଗୀଙ୍କୁ ହୀନଦୃଷ୍ଟିରେ ଦେଖିଥାନ୍ତି ଏବଂ ଏହାକୁ ଏକ ସଂକ୍ରାମକ ରୋଗ ବୋଲି ଭାବିଥାନ୍ତି। ଭିଟିଲିଗୋ ସମସ୍ୟା ଶରୀରର ଯେକୌଣସି ଅଙ୍ଗରେ ହୋଇପାରେ । ଯେତେବେଳେ ଆମର ଚର୍ମ କୋଷଗୁଡ଼ିକ ମେଲାନିନ ଉତ୍ପାଦନ ବନ୍ଦ କରିଦିଏ, ସେତେବେଳେ ଚର୍ମ, କେଶ କିମ୍ବା ମୁହଁରେ ଧଳା ଦାଗ ସୃଷ୍ଟି ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଏହି ଧଳା ଦାଗ କମାଇବା ପାଇଁ କିଛି ସହଜ ଟିପ୍ସ ।
ତୁଳସୀ ପେଷ୍ଟ:- ଆଣ୍ଟି-ଏଜିଙ୍ଗ ଏବଂ ଆଣ୍ଟି-ଭାଇରାଲ୍ ଗୁଣରେ ଭରପୂର ତୁଳସୀ ଭିଟିଲିଗୋ ସମସ୍ୟାରୁ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ । ଏଥିପାଇଁ ତୁଳସୀ ପତ୍ରରେ ଲେମ୍ବୁ ରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ଧଳା ଦାଗରେ ନିୟମିତ ଲଗାନ୍ତୁ ।
ନାଲି ମାଟି:- ୨ ବଡ ଚାମଚ ଲାଲ୍ ମାଟିରେ, ୨ ଟେବୁଲ ଚାମଚ ଅଦା ରସକୁ ପକାଇ ଭଲ ଭାବରେ ମିଶାନ୍ତୁ । ଏହି ମିଶ୍ରଣକୁ ଧଳା ଦାଗରେ ଲଗାନ୍ତୁ । ପ୍ରତିଦିନ ଏହାକୁ ନିୟମିତ ବ୍ୟବହାର କରିବା ଦ୍ୱାରା ଧଳା ଦାଗ ସମସ୍ୟାରୁ ମୁକ୍ତି ମିଳିଥାଏ ।
ଫ୍ଲାକ୍ସସିଡ୍ ଅଏଲ୍:- ପ୍ରତିଦିନ ରାତିରେ ଏହି ତେଲକୁ ଚେହେରାରେ ହାଲୁକା ମସାଜ ଲଗାନ୍ତୁ । ସକାଳେ ଉଠି ଭଲ ଭାବରେ ଧୋଇ ଦିଅନ୍ତୁ । ଧଳା ଦାଗଗୁଡ଼ିକ ଭଲ ହୋଇଯିବ ।
ଅଖରୋଟ:- ଅଖରୋଟ ପେଷ୍ଟ ପ୍ରସ୍ତୁତ କରି ଭିଟିଲିଗୋ ହୋଇଥିବା ଯାଗାରେ ଦିନକୁ ୩-୪ ଥର ୨୦ ମିନିଟ୍ ପର୍ଯ୍ୟନ୍ତ ଲଗାନ୍ତୁ । ଏହି ସମସ୍ୟାରୁ ଆପଣଙ୍କୁ ଶୀଘ୍ର ମୁକ୍ତି ମିଳିବ ।
ନଡିଆ ତେଲ:- ଆଣ୍ଟି-ଫଙ୍ଗଲ୍ ଏବଂ ଆଣ୍ଟି-ବ୍ୟାକ୍ଟେରିଆ ଗୁଣରେ ଭରପୂର ନଡ଼ିଆ ତେଲକୁ ଦୁଇ ଦିନରେ ଥରେ ଭିଟିଲିଗୋ ହୋଇଥିବା ଯାଗାରେ ଲଗାନ୍ତୁ ।