ଭୁବନେଶ୍ୱର,୧/୭: ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ମହାନ ଉତ୍ସବ ରଥଯାତ୍ରା ଏକ ଅଦ୍ୱିତୀୟ ଯାତ୍ରା । ଏକାତ୍ମତା ଓ ଶାନ୍ତିର ପ୍ରତୀକ, ରାଜାଧିରାଜ ପ୍ରଭୁ ଜଗନ୍ନାଥଙ୍କ ମହାଉତ୍ସବ । ଜଗତର ନାଥ ସବୁକିଛି ଦେଖନ୍ତି ନିଜ ସଦା ଜାଗ୍ରତ ଓ କରୁଣାମୟ ଚକ୍ଷୁରେ । ମହାପ୍ରଭୁ ଜଗନ୍ନାଥଙ୍କ ଅନନ୍ତ ଦୃଷ୍ଟି ପରି, ପ୍ରତି ମନୁଷ୍ୟଙ୍କ ଭିତରେ ଅଛି ଅତଳତଳ ସାମର୍ଥ୍ୟ, ଯାହା ରଖୁଛି ଅସୀମ ସମ୍ଭାବନା ସୃଷ୍ଟି କରିବାର କ୍ଷମତା ।
ବିଶ୍ୱର ଏହି ଅଦ୍ୱିତୀୟ ଭାବ-ଭକ୍ତି ଓ ବିଶ୍ୱସର ରଥଯାତ୍ରା ଅବସରରେ ତନିସ୍କ ପ୍ରସ୍ତୁତ କରୁଛନ୍ତି – ରାଜାଧିରାଜ, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସଦା ଜାଗ୍ରତ ଦୃଷ୍ଟିରେ ଅନୁପ୍ରାଣିତ ସ୍ୱର୍ଣ୍ଣ ତଥା ହୀରା ଗହଣାର ଏକ ଉତ୍କୃଷ୍ଟ କଲେକ୍ଶନ୍ । ସମସ୍ତଙ୍କ ଭିତରେ ମହାବାହୁଙ୍କ ଅସରନ୍ତି ଊର୍ଜାକୁ ଜାଗ୍ରତ କରିବାକୁ ଓ ସେହି ଆଶା ଓ ସାମର୍ଥ୍ୟର ଆଭାରେ ଆମକୁ ସୁସଜ୍ଜିତ କରିବାକୁ ଏହି ରାଜାଧିରାଜ କଲେକ୍ଶନ୍ଟି ଗଢ଼ାଯାଇଛି।

ଏହି କଲେକ୍ଶନ୍ରେ ଅଛି ଜଟିଳ ତାରକସୀ ଓ ରୱା କାମ, ଏନାମେଲ୍ ଡିଟେଲିଙ୍ଗ ଆଉ ହଳଦିଆ ସୁନାରେ ଖଚିତ ପ୍ରାକୃତିକ ହୀରା । ପ୍ରଭୁ ଜଗନ୍ନାଥ, ନନ୍ଦିଘୋଷ ରଥ, ଦେବୀ ସୁଭଦ୍ରା ଏବଂ ବଡଠାକୁର ବଳଭଦ୍ରଙ୍କ ଆଭାସ ଦେଉଥିବା ପେଣ୍ଡାଣ୍ଟ ଆଉ ମୁଦି ଗୁଡ଼ିକ ଗଢ଼ାଯାଇଛି ସେହି ଶାଶ୍ୱତ ଊର୍ଜାକୁ ଉତ୍ସାହରେ ପାଳନ କରିବା ଲାଗି, ଯାହା ଆଣୁଛି ଓଡ଼ିଶାର ଏହି ଉତ୍ସବ ।
ଏହି ଉତ୍ସବମୁଖର ଋତୁକୁ ଆହୁରି ବିଶିଷ୍ଟ କରାଉଛି ତନିସ୍କ ଆଣିଥିବା ଏକ ଖାସ୍ ଅଫର୍ । ୨୦% ପର୍ଯ୍ୟନ୍ତ ସୁନା ଅଳଙ୍କାର ଗଢ଼ା ମଜୁରୀରେ ଏବଂ ହୀରା ଅଳଙ୍କାର ମୂଲ୍ୟରେ ଛାଡ଼ କରୁଛି ତନିସ୍କ । ଏହି ମନଲୋଭା ଅଫର୍ ଓଡ଼ିଶା ସ୍ଥିତ ତନିସ୍କ ଷ୍ଟୋର୍ଗୁଡ଼ିକରେ ୧ ଜୁଲାଇରୁ ୩ ଜୁଲାଇ ୨୦୨୨ ପର୍ଯ୍ୟନ୍ତ ବୈଧ ରହିବ ।

ତନିସ୍କ ଦେଶର ଏକ ପ୍ରତିଷ୍ଠିତ ଏବଂ ଜଣାଶୁଣା ଅଳଙ୍କାର ପ୍ରସ୍ତୁତକାରୀ କମ୍ପାନୀ । ଏହା ବିଭିନ୍ନ ପର୍ବପର୍ବାଣୀକୁ ଲକ୍ଷ୍ୟ ରଖି ଗ୍ରାହକଙ୍କ ପାଇଁ ନୂଆ ନୂଆ କଲେକ୍ଶନ୍ ଆଣିଥାଏ । ଏଥି ସହିତ ଗ୍ରାହକଙ୍କ ପାଇଁ ବିଶେଷ ଅଫର୍ ମଧ୍ୟ ପ୍ରଦାନ କରିଥାଏ । ତେବେ ବିଶ୍ୱର ଅଦ୍ୱିତୀୟ ଯାତ୍ରା ରଥଯାତ୍ରା ପାଇଁ ଏହା ନୂଆ କଲକେଶନ୍ ଆଣିଛି । ଯାହାକି ଗ୍ରାହକଙ୍କ ମଧ୍ୟରେ ବେଶ୍ ଆଦୃତ ହେବ ବୋଲି ଆଶା କରାଯାଉଛି ।