ଟ୍ରାକ୍ଟର ତଳେ ଚାପି ହୋଇ ଚାଳକଙ୍କ ମୃତ୍ୟୁ

ବୌଦ୍ଧ,୧/୭ : (ଭାଗବତ ମେହେର)- ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ସଂକୁଳେଇ ହାଇସ୍କୁଲ ନିକଟରେ ଶୁକ୍ରବାର ଦିନ ଏକ ଟ୍ରାକ୍ଟର ତଳେ ଡ୍ରାଇଭର ଜଣକ ଚାପି ହୋଇ ମୃତ୍ୟୁ ବରଣ ହୋଇଥିବା ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ସକାଳୁ ସକାଳୁ ଚାଳକ ସୁବାସ ପ୍ରଧାନ ହଳ କରିବାକୁ ଯାଉଥିବା ସମୟରେ ହାଇସ୍କୁଲ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲା । ଫଳରେ ଚାଳକ ସୁବାସ ପ୍ରଧାନ ଚେସିସ ତଳେ ଚାପି ହୋଇଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଉକ୍ତ ଯୁବକଙ୍କୁ ଉଦ୍ଧାର କରାଯାଇଥିଲା । ପରେ ଦମକଳ ବାହିନୀ ପହଁଚି ଗୁରୁତର ବ୍ୟକ୍ତିଙ୍କୁ ପୁରୁଣା କଟକ ମେଡ଼ିକାଲ ଆଣିଥିଲେ । କିନ୍ତୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ଉକ୍ତ ଘଟଣାର ର ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଶବକୁ ପୋଷ୍ଟମୋଟମ ପାଇଁ ପଠା ଯାଇଥିବା ଜଣାପଡିଛି ।