ନୂଆଦିଲ୍ଲୀ: ମହଙ୍ଗା ଦରଦାମ୍ ପରେ ଏବେ ଟ୍ୟାକ୍ସ ବି ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏହାରି ମଧ୍ୟରେ ବିଭିନ୍ନ ସୋସିଆଲ ମିଡିଆରେ ଆଇଆରସିଟିସିର ଏକ ଟ୍ୟାକ୍ସ ଇନ ଭଏସ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଜଣେ ଟ୍ୱିଟର ୟୁଜର ଲେଖିଛନ୍ତିକି, ” ୨୦ ଟଙ୍କାର ଏକ ଚାହା ଉପରେ ୫୦ ଟଙ୍କାର ଟ୍ୟାକ୍ସ, ସତରେ ଦେଶର ଅର୍ଥଶାସ୍ତ୍ର ବଦଳିବାରେ ଲାଗିଛି, ଏବେ ଯାଏଁ ତ କେବଳ ଇତିହାସ ହିଁ ବଦଳିଥିଲା ।” ଏହି ମାମଲାକୁ ନେଇ ଟ୍ୱିଟରରେ ଏବେଚର୍ଚ୍ଚା ଜୋର ଧରିଛି । ଏହା ଉପରେ ଲୋକେ ଲଗାତାର ଭାବେ ନିଜ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଏହା ଉପରେ ଲୋକେ ନିଜ ନିଜର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । କିଛି ଲୋକତ ଏମିତି ବି କମେନ୍ଟ କରିଛନ୍ତି କପଡାଠାରୁ ତ ସିଲେଇ ଚାର୍ଜ ଅଧିକ ପଡୁଛି । ଯେବେ କି କିଛି ୟୁଜର ଏମିତି ବି ଲେଖିଛନ୍ତିକି- ଜିଏସଟି ଓ ସର୍ଭିସ ଚାର୍ଜ ମଧ୍ୟରେ କଣ ପାର୍ଥକ୍ୟ ଅଛି ଆପଣଙ୍କୁ ଜଣାନାହିଁ କି ?
20 रुपये की चाय पर 50 रुपये का टैक्स, सच मे देश का अर्थशास्त्र बदल गया, अभी तक तो इतिहास ही बदला था! pic.twitter.com/ZfPhxilurY
— Balgovind Verma (@balgovind7777) June 29, 2022
ଟ୍ୟାକ୍ସ ଇନଭଏସର ଏହି ଫଟୋ ଟ୍ୱିଟର ହ୍ୟାଣ୍ଡଲ @balgovind 7777 ଦ୍ୱାରା ଜୁନ ୨୯ ତାରିଖରେ ସେୟାର କରାଯାଇଛି । ଏହି ପୋଷ୍ଟକୁ ଖବର ଲେଖାଯିବା ଭିତରେ ୫ ହଜାର ଲାଇକ୍ସ ମିଳିଥିବା ବେଳେ ୧୭୦୦ ଥର ରିଟ୍ୱିଟ କରାଯାଇ ସାରିଲାଣି । ଏହି ଇନଭଏସ ଅନୁସାରେ, ଗୋଟିଏ କପ ଚାହାର ମୂଲ୍ୟ ୨୦ ଟଙ୍କା, ଯାହା ଉପରେ ୫୦ ଟଙ୍କାର ସର୍ଭିସ ଟ୍ୟାକ୍ସ ନିଆଯାଇଛି । ଏହି ଟ୍ୟାକ୍ସ ଇନଭଏସ ହେଉଛି ଜୁନ ୨୮ ତାରିଖର ଆଉ ଏହା ହେଉଛି ଭୋପାଳ ଶତାବ୍ଦୀ ଟ୍ରେନର । ଏହି ଘଟଣାକୁ ନେଇ ରେଳ ବିଭାଗର ଅଧିକାରୀ ମାନେ କହିଛନ୍ତିକି ଗ୍ରାହକଙ୍କ ଠାରୁ କୌଣସି ଅତିରିକ୍ତ କର ଆଦାୟ କରାଯାଇନାହିଁ । ତାଙ୍କ ଅନୁଯାୟୀ ଯେବେ କୌଣସି ଯାତ୍ରୀ ଶତାବ୍ଦୀ କିମ୍ବା ରାଜଧାନୀ ଟ୍ରେନରେ ଯାତ୍ରା କରିଥାନ୍ତି ଆଉ ସେମାନେ ନିଜ ନିଜ ମିଲ ବୁକ କରାଇ ନଥାନ୍ତି ତେବେ ଯାତ୍ରା ସମୟରେ ଚାହା, କଫି କିମ୍ବା ଭୋଜନ ଅର୍ଡର କଲେ ୫୦ ଟଙ୍କା ସର୍ଭିସ ଟ୍ୟାକ୍ସ ବାବଦରେ ଦେବାକୁ ପଡିଥାଏ ।