ଗୃହରେ ୨ ଲକ୍ଷ କୋଟିର ରାଜ୍ୟ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ: ଜାଣନ୍ତୁ କେଉଁ ବିଭାଗକୁ କେତେ ?
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ୨ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ କୋଟି ବଜେଟ ଉପସ୍ଥାପନ ହୋଇଛି । ମନ୍ତ୍ରୀ କହିଛନ୍ତି ଯେ, ୨୨ ବର୍ଷ ମଧ୍ୟରେ ୧୭ ଗୁଣା ବୃଦ୍ଧି ପାଇଛି ବଜେଟର ଆକାର । କାର୍ଯ୍ୟକ୍ରମ ବ୍ୟୟବରାଦ ପାଇଁ ୧ ଲକ୍ଷ କୋଟିର ବଜେଟ ବ୍ୟୟ ବରାଦ ହୋଇଛି, ଯାହା ମୋଟ ବଜେଟର ୫୦ ପ୍ରତିଶତ । ରାଜ୍ୟ ବଜେଟ୍ରେ କୃଷି ଗବେଷଣାର ବିକାଶ ପାଇଁ ୧୬୧ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।
ଏହା ସହ ମହିଳା ସଶକ୍ତିକରଣ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି । ମହିଳାମାନେ ଏବେ ନିଷ୍ପତ୍ତି ନେବାରେ ସକ୍ଷମ ହେଲେଣି । ନୂତନ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଠନ ଲକ୍ଷ୍ୟ ସହିତ ରାଜ୍ୟରେ ମୁଦ୍ରାସ୍ପୀତି ୮ରୁ ୮.୫ ରଖିବା ଲକ୍ଷ୍ୟ ରଖାଯାଇଛି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଡିଜିଟାଲ ବଜେଟ୍ ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।ପେନଡ୍ରାଇଭରେ ରହିଛି ୨ ଲକ୍ଷ କୋଟି ଟଙ୍କାର ବଜେଟର ବିସ୍ତୃତ ତଥ୍ୟ ।

ବଜେଟରେ କେଉଁ ବିଭାଗକୁ କେତେ ?
-ଯୋଜନା ଓ ସଂଯୋଜନା ପାଇଁ ୩ ହଜାର ୩୫ କୋଟି
-ମୋ ସ୍କୁଲ ଅଭିଯାନ ପାଇଁ ୬୪୬ କୋଟି ଟଙ୍କା
– ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ ପାଇଁ ୧୦୦ କୋଟି
-ସମଗ୍ର ଶିକ୍ଷାପାଇଁ ୩ ହଜାର ୫୮୧ କୋଟି
– କେବଳ ମଧ୍ୟାହ୍ନଭୋଜନ ପାଇଁ ୮୫୧ କୋଟି
-ବିପର୍ଯ୍ୟୟ ପରିଚାଳନା ପାଇଁ ୩ ହଜାର ୬୧ କୋଟି
-ସଡ଼କ, ରେଳ, ବନ୍ଦର ଓ ସଂଯୋଗୀକରଣ ପାଇଁ ୧୪, ୪୫୪ କୋଟି
-ରାସ୍ତାର ରକ୍ଷଣାବେକ୍ଷଣ ପାଇଁ ୨,୯୭୦ କୋଟି
-ପୂର୍ତ୍ତ ବିଭାଗ ପାଇଁ ୮, ୩୮୩ କୋଟି
-ସଡ଼କ ବିକାଶ କାର୍ଯ୍ୟକ୍ରମରେ ୨, ୫୪୫ କୋଟି
-ସଡ଼କ ଓ ସେତୁ ନିର୍ମାଣ ଓ ଉନ୍ନତିକରଣ ପାଇଁ ୭୦୦ କୋଟି
-ବିଜୁ ଏକ୍ସପ୍ରେସ ୱେ ପାଇଁ ୩୦୦ କୋଟି
-ବିଜୁ ସେତୁ ଯୋଜନା ପାଇଁ ୧, ୬୮୮ କୋଟି
-SDRF ପାଇଁ ୨,୨୪୬ ଓ NDRF ପାଇଁ ଖର୍ଚ୍ଚ ହେବ ୯୬୪ କୋଟି
-OUTR ଭିତ୍ତିଭୂମୀର ବିକାଶ ପାଇଁ ଦେଢ଼ ହଜାର କୋଟିର ବ୍ୟବରାଦ
-ଧାର୍ମିକ କ୍ଷେତ୍ରରେ ବିକାଶ ପାଇଁ ୧, ୯୫୦ କୋଟି
-ଅବଢ଼ା ଯୋଜନା ପାଇଁ ୧, ୩୨୫ କୋଟି
-ଏକାମ୍ର ଓ ସମଲେଇ ପାଇଁ ୨୦୦ କୋଟି ଲେଖାଏଁ ବ୍ୟବରାଦ ।
ଏବର୍ଷ କୃଷି ବଜେଟ ପାଇଁ ୨୧ହଜାର ୧୬୬ କୋଟି ବ୍ୟୟ ବରାଦ ହୋଇଛି ।
-ଉଦ୍ୟାନ କୃଷି ବିକାଶ କାର୍ଯ୍ୟକ୍ରମରେ ୩୧୨ କୋଟି ବ୍ୟୟ ବରାଦ
-ଚଳିତ ବର୍ଷ ୨ ଲକ୍ଷ ୮୦ ହଜାର ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟ
-ବନ୍ୟା ନିଯନ୍ତ୍ରଣ ଓ ଜଳ ନିଷ୍କାସନ ପାଇଁ ୯୬୮ କୋଟି ବ୍ୟୟ ବରାଦ
-ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ ପାଇଁ ୨,୩୨୫ କୋଟି
କୁକୁଡ଼ା ଚାଷ ବିକାଶ ପାଇଁ ୧୦୨ କୋଟି
-ଜାତୀୟ ସ୍ବାସ୍ଥ୍ୟ ମିଶନ ପାଇଁ ୨,୧୫୬ କୋଟି ବ୍ୟୟ ବରାଦ
-ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭, ୩୨୪ କୋଟି
-ମୋ ସ୍କୁଲ ଅଭିଯାନ ପାଇଁ ୬୪୬ କୋଟି ବ୍ୟୟ ବରାଦ
-ଜନସ୍ବାସ୍ଥ୍ୟ ସେବା ପାଇଁ ୧୨, ୬୨୪ କୋଟି ବ୍ୟୟ ବରାଦ
-ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨,୬୬୪ କୋଟି ବ୍ୟୟ ବରାଦ
ପୂର୍ଣ୍ଣାଙ୍ଗ ବଜେଟରେ ଶିକ୍ଷାକୁ କେତେ ?
-ଉଚ୍ଚ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ବିକାଶ ପାଇଁ ୧୬୫ କୋଟି
-ଲ୍ୟାପଟପ୍, ବୃତ୍ତି ଓ ତାଲିମ ପାଇଁ ୪୬ କୋଟି
-ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ଓ ପରିଚାଳନା ପାଇଁ ୩୭୫ କୋଟି
-ପର୍ଯ୍ୟଟନର ପ୍ରସାର ପାଇଁ ୧୭୦ କୋଟିର ବ୍ୟୟ ବରାଦ
-ନିର୍ମାଣାଧୀନ କ୍ରୀଡ଼ା ପ୍ରକଳ୍ପ ସଂପୂର୍ଣ୍ଣ ପାଇଁ ୧୫ ଶହ କୋଟି