ହାଇଦ୍ରାବାଦରେ ପ୍ରଧାନମନ୍ତ୍ରୀ ମୋଦୀ, ସ୍ୱାଗତ ପାଇଁ ବିମାନ ବନ୍ଦର ଆସିଲେନି ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ବୈଠକରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହାଇଦ୍ରାବାଦରେ ପହଞ୍ଚିଛନ୍ତି। ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ ଆଜିଠୁ ଆରମ୍ଭ ହେଉଛି । ଏହି ଦୁଇ ଦିନ ପ୍ରଧାନମନ୍ତ୍ରୀ ମୋଦୀ ହାଇଦ୍ରାବାଦରେ ହିଁ ରହିବେ। କାର୍ଯ୍ୟକାରିଣୀ ବୈଠକ ପରେ ପିଏମ ମୋଦୀ ରବିବାର ଏକ ବିଶାଳ ଜନସଭାକୁ ସମ୍ୱୋଧିତ କରିବେ ।

ପ୍ରୋଟକଲ ଅନୁସାରେ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଥାନ୍ତି । ଉଲ୍ଲେଖଯୋଗ୍ୟ ଯେ, ସାଧାରଣତଃ ପ୍ରୋଟକଲ ଅନୁସାରେ ଯେତେବେଳେ ପ୍ରଧାନମନ୍ତ୍ରୀ କୌଣସି ରାଜ୍ୟ ଗସ୍ତରେ ପହଞ୍ଚନ୍ତି ତେବେ ତାଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ପହଞ୍ଚିଥାନ୍ତି । କିନ୍ତୁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଏଥର ବି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱାଗତ ପାଇଁ ପହଞ୍ଚି ନଥିଲେ। ଗତ ପାଞ୍ଚ ମାସରେ ଏହା ତୃତୀୟ ଘଟଣା ଯେତେବେଳେ ମୁଖ୍ୟମନ୍ତ୍ରୀ କେସିଆର ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଗଲେ ନାହିଁ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ତେଲେଙ୍ଗାନା ସରାକରରେ ଜଣେ ମାତ୍ର ମନ୍ତ୍ରୀ ଉପସ୍ଥିତ ଥିଲେ। ତେବେ ଏହା ପୂର୍ବରୁ ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନା ହାଇଦ୍ରାବାଦରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତଃ କରିବା କରିବା ପାଇଁ କେସିଆର ପୁରା କ୍ୟାବିନେଟ ସହ ବେଗମ ବିମାନ ବନ୍ଦରରେ ପହଞ୍ଚିଥିଲେ। ରାଷ୍ଟ୍ରପତି ନିର୍ବାଚନରେ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ ଦେବା ନେଇ ପୂର୍ବରୁ ଟିଆରଏସ ଘୋଷଣା କରିସାରିଛି।