ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

0

ନୂଆଦିଲ୍ଲୀ: ଦେଶରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି । ବିଜ୍ଞପ୍ତି ଅନୁସାରେ, ୬ ଅଗଷ୍ଟରେ ହେବ ଉପରାଷ୍ଟ୍ରପତି ନିର୍ବାଚନ । ଏଥିପାଇଁ ଆଜିଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏହା ସହ ନାମାଙ୍କନ ପ୍ରକ୍ରିୟା ଜୁଲାଇ ୧୯ ପର୍ଯ୍ୟନ୍ତ ଚାଲିବ । ୨୦ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ, ୨୨ ଜୁଲାଇରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଅବଧି ରହିଛି । ସୂଚନାଯୋଗ୍ୟ, ବର୍ତ୍ତମାନର ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ୧୦ ଅଗଷ୍ଟରେ ଶେଷ ହେବାକୁ ଯାଉଛି ।

ସୂଚନାଯୋଗ୍ୟ, ରାଷ୍ଟ୍ରପତି ନିର୍ବାଚନ ଭଳି ଉପରାଷ୍ଟ୍ରପତି ନିର୍ବାଚନ ମଧ୍ୟ ପରୋକ୍ଷ ଭାବରେ ହୋଇଥାଏ । ଏହି ନିର୍ବାଚନରେ ଲୋକସଭା ଏବଂ ରାଜ୍ୟସଭାର ସଦସ୍ୟ ଭୋଟ ଦେବାପାଇଁ ଯୋଗ୍ୟ ହୋଇଥାନ୍ତି, ଯେଉଁଥିରେ ମନୋନୀତ ସଦସ୍ୟ ମଧ୍ୟ ରହିଥାନ୍ତି । ଅବଶ୍ୟ ଏପର୍ଯ୍ୟନ୍ତ ରାଜନୈତିକ ଦଳମାନେ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାନ୍ତି ।

Leave A Reply

Your email address will not be published.