ଖୋର୍ଦ୍ଧା ,୫/୧୨: ଜୟୀ ରାଜଗୁରୁ ସ୍ମୃତି ସଂସଦ ପକ୍ଷରୁ ଖୋର୍ଦ୍ଧା ସହରର ଗୀତା ଭବନ ପଡିଆ ସମ୍ମୁଖରେ ୨୧୨ ତମ ବଳିଦାନ ଦିବସ ଚଳିତ ମାସ ୬ତାରଖରେ ପାଳନ ହେବ । ଏହି ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ରାଜ୍ୟପାଳ ଡ. ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଅନ୍ୟପକ୍ଷେ ବଳିଦାନ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଜୟୀ ରାଜଗୁରୁ ଓ ସ୍ବାଧୀନତା ସଂଗ୍ରାମ ପ୍ରସଙ୍ଗ ଉପରେ ଦେଶାତ୍ମକ କବିତା ପାଠ ଉତ୍ସବ ଅନୁରୂପ ଭାବେ ଅନୁଷ୍ଠିତ ହେବ ବୋଲି ସ୍ମୃତି ସଂସଦ ପକ୍ଷରୁ କୁହାଯାଇଛି।
