ବୌଦ୍ଧ, ୧୨/୭ :(ଭାଗବତ ମେହେର) – ବୋୖଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକଠାରେ ଦ୍ୱିତୀୟ ଭୈରବୀ ମହୋତ୍ସବ ପାଇଁ ପୁରୁଣାକଟକ ସ୍ଥିତ ଲଷ୍ମୀନାରାୟଣ ମନ୍ଦିର ପରିସରରେ ଏକ ସାଧାରଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ କମିଟିର ସଭାପତି ଅଶୋକ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା ମହୋତ୍ସବ ସମ୍ପାଦକ ଅଶୋକ ସେଠୀ ମହୋତ୍ସବ ସମ୍ପର୍କରେ ଆଲୋକପାତ କରିଥିଲେ । ମହୋତ୍ସବରେ ଶାନ୍ତି ଶୃଙ୍ଖଳା ସହ ଅଧିକ ସଫଳ କରିବା ପାଇଁ ଆଲୋଚନା ହୋଇଥିଲା । ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ,ଭୈରବୀ ମନ୍ଦିର ପରିଚାଳନା କମିଟିର ସଭାପତି ସୁରେନ ପ୍ରଧାନ,ସରପଞ୍ଚ ସଂଘ ସଭାପତି ନିହାର ଘୋଷ,ସହ ସମ୍ପାଦକ ବିଜୟ କୁମାର କାଁହଁର ଉପ ସଭାପତି ଅକ୍ରୁର ସେଠୀ କୋଷାଧକ୍ଷ ବାଳକୃଷ୍ଣ ନାୟକ ବରିଷ୍ଠ ସାମ୍ବାଦିକ ସୁକାନ୍ତ ପଟ୍ଟନାୟକଙ୍କ ସମେତ ବ୍ଲକର ୧୨ ଜଣ ସରପଞ୍ଚ ବୈଠକରେ ଯୋଗ ଦେଇଥିଲେ । ଆସନ୍ତା ନଭେମ୍ବର ୨୬ ତାରିଖରୁ ୩୦ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତି ନିଆଯାଇଥିବା ଜଣାପଡିଛି । ସେହିପରି ବୈଠକରେ ମହୋତ୍ସବ କମିଟିର ପ୍ରାୟ ୫୦ଜଣ ସଦସ୍ୟ ଉପସ୍ଥିତ ଥିଲେ । ଶେଷରେ କମିଟର ସଦସ୍ୟ ଦୀପ୍ତି ପ୍ରକାଶ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।