ଆଜିର ରାଶିଫଳ (ମଙ୍ଗଳବାର)

ତା : ୧୨ / ୭ / ୨୦୨୨

ମେଷ : ପାରିବାରିକ କ୍ଷେତ୍ରରେ ଉନ୍ନତି ହେବ । କେତେକ କ୍ଷେତ୍ରରେ ନିଜ ଲୋକ ପରୋକ୍ଷ ଶତ୍ରୁତା କରି ସମସ୍ୟାକୁ ବଢାଇ ଦେବେ । ସାହିତ୍ୟ,କଳା,ସଂସ୍କୃତି,ସଂଗୀତ କ୍ଷେତ୍ରରେ ସଫଳତା ପାଇବେ । ଉଜ୍ଜ୍ୱଳ ଭବିଷ୍ୟତ କଳ୍ପନା କରିବେ ।

ବୃଷ : ବହୁ ଦିନରୁ ଚାଲିଥିବା କାର୍ଯ୍ୟରେ ସଫଳତା ପାଇବେ । ମହିଳାମାନେ ଘର କାମରେ ସଫଳତା ପାଇବେ । କୌଣସି କାମ ହାସଲ କରିବା କ୍ଷେତ୍ରରେ ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ । ଉଦ୍‌ଯୋଗ ସିଦ୍ଧି ହେବ । କ୍ରୀଡା କ୍ଷେତ୍ରରେ ସଫଳତା ପାଇବେ । ଆର୍ଥିକ କ୍ଷେତ୍ରରେ ଉନ୍ନତି ।

ମିଥୁନ : ବାଣିଜ୍ୟ ବ୍ୟବସାୟରେ ଉନ୍ନତି ହେବ । ବିବାଦରେ ଜିତାପଟ ନେବେ । ଅଟକି ରହିଥିବା କାର୍ଯ୍ୟ ଆକସ୍ମିକ ଭାବେ ଆଜି ସମାଧାନ ହୋଇଯିବାରୁ ମନ ଖୁସି ରହିବ ନାହିଁ । କର୍ମକ୍ଷେତ୍ରରେ ସଫଳତା ପାଇବେ । ସାହିତ୍ୟ,କଳା,ସଂସ୍କୃତି, ସଂଗୀତ କ୍ଷେତ୍ରରେ ସଫଳତା ପାଇବେ । ବାଣିଜ୍ୟ ବ୍ୟବସାୟରେ ଉନ୍ନତି ହେବ ।

କର୍କଟ : ନୂତନ ଯୋଜନା ପ୍ରସ୍ତୁତ କରିବେ । ବ୍ୟବସାୟରେ ଉନ୍ନତି ହେବ । ବିବାଦରେ ବିଜୟୀ ହେବେ । କର୍ମ କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ଆର୍ଥିକ କ୍ଷେତ୍ରରେ ଉନ୍ନତି । ନିର୍ଦ୍ଦିଷ୍ଟ ଦିଗରୁ ଧନ ପ୍ରାପ୍ତି ହେବ । ଜୀବନବୀମାରେ ଆଗେଇ ଯିବେ । ମହିଳାମାନେ କାର୍ଯ୍ୟରେ ସଫଳ ହେବେ ।

ସିଂହ : କର୍ମକ୍ଷେତ୍ରରେ ଅଗ୍ରଗତି କରିବେ । ଆଜିର ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ ଓ ଖାଲି ହାତରେ ଫେରିବେ ନାହିଁ । ବ୍ୟବସାୟରେ ଉନ୍ନତି ହେବ । ପ୍ରଶାସନ,ଶିକ୍ଷା, ଶିଳ୍ପ,ପରିବହନ କ୍ଷେତ୍ରରେ ସଫଳତା ପାଇବେ । ପଡୋଶୀମାନଙ୍କ ସମ୍ପର୍କ ଭଲ ରହିବ । ଆର୍ଥିକ ସ୍ଥିତି ବଳବାନ ହେବ । ଦିନଟି ଭଲରେ କଟିବ ।

କନ୍ୟା : ବହୁତ ଦିନରୁ ଥିବା କର୍ମ ଯୋଜନାରେ ସଫଳତା ପାଇବେ । ପାରିବାରିକ କ୍ଷେତ୍ରରେ କୌଣସି ଆଳ ଦେଖାଇ ଆତ୍ମୀୟସ୍ୱଜନ ଦୂରେଇ ଯାଇପାରନ୍ତି । ବ୍ୟବସାୟରେ ଉନ୍ନତି ହେବ । କେତେକ ସମସ୍ୟା ଜାତ ହେବ ସେସବୁକୁ ସମାଧାନ କରିପାରନ୍ତି ।

ତୁଳା : ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବେ । ବ୍ୟବସାୟରେ ଉନ୍ନତି । କର୍ମକ୍ଷେତ୍ରରେ କୌଣସି ବିବାଦୀୟ ଘଟଣା ମନକୁ ବିବ୍ରତ କରିପାରେ । ବିବାଦରେ ଜିତାପଟ ନେବେ । ନୂତନ ଯାଗାବାଡି ମିଳିବ । ମହିଳାମାନେ ଦେବାଦେବୀ ପୂଜାରେ ମନ ଦେବେ ।

ବିଛା : କର୍ମକ୍ଷେତ୍ରରେ ସଫଳତା । ବ୍ୟବସାୟରେ ଉନ୍ନତି । ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ । ସାହିତ୍ୟ,କଳା, ସଂସ୍କୃତି, ବିଜ୍ଞାନ କ୍ଷେତ୍ରରେ ସଫଳତା । ପାରିବାରିକ କ୍ଷେତ୍ରରେ ଉନ୍ନତି ହେବ । ଜ୍ଞାନ, ଗବେଷଣା ଦିଗରେ ସଫଳତା ପାଇବେ ।

ଧନୁ : ପାରିବାରିକ କ୍ଷେତ୍ରରେ ଉନ୍ନତି । ନୂତନ କାର୍ଯ୍ୟଭରା ଗ୍ରହଣ କରିବେ । ଅନ୍ୟ ମନସ୍କ ନ ରହି କିମ୍ବା ଅସାବଧାନତା ସହକାରେ ଯାନବାହନ କିମ୍ବା ଯାନ୍ତ୍ରିକ ଜିନିଷ ଚଳାଇବା ଠିକ୍ ହେବ ନାହିଁ । ଉଦ୍‌ଯୋଗ ବଳରେ ର୍କର୍ମ ସିଦ୍ଧି ହେବ । ବ୍ୟବସାୟରେ ସଫଳତା ପାଇବେ ।

ମକର : କମ୍ପ୍ୟୁଟର,ଇଣ୍ଟରନେଟ କ୍ଷେତ୍ରରେ ଲାଭବାନ୍ ହେବେ । ନୂତନ କାର୍ଯ୍ୟରେ ଅଗ୍ରଗତି କରିବେ । ବନ୍ଧୁ ମିଳନ ହେବ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । ପରିବାରରେ ଅତୀତ ଘଟଣାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ଯାନ୍ତ୍ରିକ କ୍ଷେତ୍ରରେ ଅଗ୍ରଗତି କରିବେ ।

କୁମ୍ଭ : ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ନୂତନ ଯାଗାବାଡି ଲାଭ ହେବ । ଆଇନ ଅଦାଲତରେ ସଫଳତା ପାଇବେ । ସଭାସମିତି କିମ୍ବା ଆନୁଷ୍ଠାନିକ କାମରେ ପ୍ରଶଂସା ଉଣା ହେବ ନାହିଁ । କର୍ମକ୍ଷେତ୍ରରେ ସଫଳତା ପାଇବେ । ବ୍ୟବସାୟରେ ଉନ୍ନତି ହେବ ।ବାପା,ମାଆମାନେ ପିଲାମାନଙ୍କର ଉନ୍ନତି କରିବେ ।

ମୀନ : ଉଦ୍‌ଯୋଗୀ ହେବେ । ବାଣିଜ୍ୟ ବ୍ୟବସାୟରେ ଉନ୍ନତି ହେବ । ଅଫିସରେ କିମ୍ବା ବନ୍ଧୁଙ୍କ ଗହଣରେ କିଛି ସମୟ କଟାଇ ପାରନ୍ତି । ପାରିବାରିକ କ୍ଷେତ୍ରରେ ସଫଳତା ପାଇବେ । ବନ୍ଧୁ ମିଳନ ହେବ । ଜ୍ଞାନ,ଗବେଷଣାରେ ଉନ୍ନତି ହେବ । ମହିଳାମାନେ ଘର କାମରେ ସଫଳତା ପାଇବେ ।