ଭୁବନେଶ୍ୱର : ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ମାମଲାରେ ପୋଲିସର ତଦନ୍ତ ଜାରି ରହିଥିବା ବେଳେ ବର୍ତ୍ତମାନ କୌଣସି ରେଜଲ୍ଟ ସାମ୍ନାକୁ ଆସିନାହିଁ । ସେପଟେ ପରିବାର ଲୋକ ଓ ସାଙ୍ଗମାନେ ନ୍ୟାୟ ଦାବିରେ ଧାରଣା ଦେଉଥିବା ଦେଖିବାକୁ ମିଳିଛି । ଏଯାଏ ରାଗିଂ ନେଇ କୌଣସି ପ୍ରମାଣ ପାଇନି ପୋଲିସ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ରୁଚିକାଙ୍କ ସହପାଠୀଙ୍କୁ ବି ପଚରାଉଚରା କରିଛି ପୋଲିସ । ରୁଚିକାଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ମଧ୍ୟ ପଚରାଉଚରା ହୋଇଛି । ଏପର୍ଯ୍ୟନ୍ତ କୌଣସି ତଥ୍ୟ ମିଳିନାହିଁ ।
ରାଗିଂ ନେଇ ବିଜେବି କଲେଜ ଛାତ୍ରଛାତ୍ରୀଙ୍କୁ ପଚରାଉଚରା ବି ହୋଇଛି । ରୁଚିକାଙ୍କ ଫୋନରୁ ସମସ୍ତ ଡାଟା ଅଣାଯାଉଛି । କିନ୍ତୁ ସଫଳତା ମିଳିପାରି ନାହିଁ । ସେଥିପାଇଁ ତାଙ୍କ ମୋବାଇଲ୍କୁ ସିଙ୍ଗାପୁରକୁ ପଠାଯାଉଛି । ମନୋବିଜ୍ଞାନୀଙ୍କ ସହାୟତା ନିଆଯାଉଛି। ରାଗିଂ ନେଇ କୌଣସି ତଥ୍ୟ ସାମ୍ନାକୁ ଆସୁନାହିଁ । ୩ଟି ଟିମ୍ ଗଠନ କରି ତଦନ୍ତ କରାଯାଉଛି । ମାମଲାର ଗୁରୁତ୍ୱକୁ ଦେଖି ତଦନ୍ତ ଚଳାଇଛି ପୋଲିସ । ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟାକୁ ୧୧ ଦିନ ବିତିଲାଣି । ଏବେ ବି ଆତ୍ମହତ୍ୟା ସସପେନ୍ସରୁ ହଟୁନି ପରଦା ।
ତେବେ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ୧୧ ଦିନ ବିତିଯାଇଥିଲେ ବି ପୋଲିସକୁ ଏପର୍ଯ୍ୟନ୍ତ କୌଣସି ସଫଳତା ମିଳିନାହିଁ । ଝିଅକୁ ନ୍ୟାୟ ଦେବା ମାଆ ଅନଶନ ଜାରି ରଖିଛନ୍ତି । ତେବେ ଆଗକୁ ବି ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି । ଝିଅକୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିନଥିବାରୁ ମାଆ ବିଜେବି କଲେଜ ପ୍ରିନ୍ସିପାଲ, ୱାର୍ଡେନ ଓ ସୁପରିନଟେଣ୍ଡେଂଟଙ୍କ ବହିଷ୍କାର ଦାବି କରିଛନ୍ତି ।