ସାମଗ୍ରୀ-ମାଂସ-୫୦୦ଗ୍ରାମ, ଆଳୁ-୩ଟି, ପିଆଜ-୨ଟି, କଟା ଟମାଟୋ-୧/୨ବାଉଲ୍, ରସୁଣ ବଟା-୧ଚାମଚ, ଶୁଖିଲା ଲଙ୍କା-୫ଟି, କଟା ନଡିଆ-ଏ୍ୱାଉଲ୍, ଗୋଟା ଧନିଆ-୧ଚାମଚ, ହଳଦି ଗୁଣ୍ଡ-୧/୨ଚାମଚ,ପୋସ୍ତକ-୧ଚାମଚ, ଲୁଣ ସ୍ୱାଦ ଅନୁସାରେ, କଟା ଧନିଆ ପତ୍ର-୩ଚାମଚ ।
ପ୍ରଣାଳୀ-ମାଂସକୁ ଭଲଭାବେ ଧୋଇ ସେଥିରେ ହଳଦି ଗଣ୍ଡ, ରସୁଣ ବଟା ଓ ଲୁଣ ଦେଇ ମାଂସକୁ ମ୍ୟାରିନେଟ ପାଇଁ ରଖିଦେବେ । କରେଇରେ ତେଲ ଗରମ କରି ସେଥିରେ ଗୋଟା ଧନିଆ, ପୋସ୍ତକ, ଗୋଲମରିଚ, ଶୁଖଇଲା ଲଙ୍କାକୁ ପକାଇ କିଛଇ ସମୟ ପାଇଁଁ ଭାଜିବେ । ଆଳୁକୁ ବଡ ବଡ ପିସ୍ କରି କାଟି ଗୋଟିଏ ପାତ୍ରରେ ରଖିଦେବେ । ଏହାପରେ କରେଇରେ ତେଲ ଗରମ କରି ସେଥିରେ କଟା ପିଆଜ ଓ କଟା ନଡିଆକୁ ପକାଇ କିଛି ସମୟ ଭାଜିବେ ପିଆଜ ଓ ନଡିଆ ଯେପରି ଭାଜି ହୋଇ ଲାଲ ହୋଇଯିବେ । ପିଆଜ ଓ ନଡିଆ ଭାଜି ହୋଇଗଲେ ସେଥିରେ ପୂର୍ବରୁ ଭଜା ହୋଇ ରଖା ଯାଇଥିବା ଗୋଟା ମସଲା ସବୁକୁ ମିଶାଇ ତାକୁ ଗ୍ରାଇଂଣ୍ଡରରେ ବାଟି ଏକ ପେଷ୍ଟ ପ୍ରସ୍ତୁତ କରିଦେବେ । କରେଇରେ ପୁଣି ତେଲ ଗରମ କରି ସେଥିରେ ମ୍ୟାରିନେଟ ହୋଇ ରଖାଯାଇଥିବା ମାଂସ ସ ଆଳୁକୁ ପକାଇ ଭଲଭାବେ ଭାଜି ଦେବେ ତା’ପରେ ସେଥିରେ ବଟା ମସଲା ଦେଇ କିଛି ସମୟ(ପ୍ରୟେ ୨୫ମିନିଟ) ପାଇଁ ଢାଙ୍କୁଣୀ ଦେଇକଷିବେ ଓ ପରେ ଡାଙ୍କୁଣୀ ଦେଇଦେବେ । ଏହାପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର କୋଲହାପୁରୀ ମାଂସ ତରକାରୀ ।
Prev Post
Next Post