ଇଶାଙ୍କ ପ୍ରି ଓ୍ବେଡିଂ ସେରିମନି : ଲାଗିଲା ୩୫ ଫୁଟ ଉଚ୍ଚ ପ୍ରତିମା

ମୁମ୍ବାଇ,୭/୧୨: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ମୁକେଶ ଅମ୍ବାନୀ ଓ ନିତା ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କ ପ୍ରି ଓ୍ବେଡିଂ ସେରିମନି ଲାଗି ହୋଟେଲ ଅମ୍ବାରାଓ ଉଦୟ ବିଲାଶର ପଛରେ ଥିବା ହ୍ରଦ କୂଳରେ ଶ୍ରୀନାଥଙ୍କ ପାଖାପାଖି ୩୫ ଫୁଟ ଉଚ୍ଚର ଏକ ପ୍ରତିମା ଲାଗିଛି। ମହାଆରତି ପାଇଁ ଏହାକୁ ହରିଦ୍ୱାର ଭଳି ସଜା ଯାଇଛି। ଏଥିପାଇଁ ଇଶାଙ୍କ ଶାଶୁଘର ଲୋକେ ଉଦୟପୁର ପହଞ୍ଚିଛନ୍ତି। ସେଠାରେ ଥିବା ପ୍ରାୟ ୭ଟି ବଡ ବଡ ହୋଟେଲରେ ୨ହଜାର ରୁମ୍‌ ବୁକ୍‌ କରାଯାଇଥିବା କୁହାଯାଉଛି। ଏଠାରେ ବିଦେଶୀ ନୃତ୍ୟାଙ୍ଗନାମାନେ ଅତିଥିଙ୍କୁ ସ୍ବାଗତ କରିବାର କାର୍ଯ୍ୟକ୍ରମ ରହିଛି।