ଭୁବନେଶ୍ୱର, ୮/୧୨ : ସାତକୋଶିଆ ମହାବଳ ବାଘ ‘ମହାବୀର’ର ମୃତ୍ୟୁକୁ ନେଇ କେନ୍ଦ୍ରୀୟ ବିଶେଷଜ୍ଞ ଦଳଙ୍କ ପକ୍ଷରୁ କରାଯାଇଥିବା ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି । ଝିଙ୍କ ଯୋଗୁଁ ନୁହେଁ ବରଂ ଶିକାରୀ ବିଛାଇଥିବା ଜାଲରେ ପଡି ମହାବୀରର ମୃତ୍ୟୁ ଘଟିଛି । ନ୍ୟାସନାଲ୍ ଟାଇଗର୍ କଞ୍ଜରଭେସନ୍୍ ଅଥରିଟି(ଏନଫିସିଏ)ର ଫରେଷ୍ଟ ଆଇଜି ଡଃ ଅମିତ୍ ମଲ୍ଲିକ ଏବଂ ୱାଇଲï୍ ଲାଇଫ୍ ଇନ୍ଷଫିଚୁ୍ୟଟ୍ ଅଫ ଇଣ୍ଡିଆ(ଡବ୍ଲì୍ୟଆଇଆଇ)ର କେ. ରମେଶ ମହାବୀରର ମୃତ୍ୟୁର ତଦନ୍ତ କରୁଥିଲେ । ତେବେ ମୃତ୍ୟୁ ଘଟଣାର ତଦନ୍ତ କରି ରେଞ୍ଜ ଡିଜି ଅନୁପ କୁମାର ନାୟକଙ୍କୁ ସେମାନେ ଏଭଳି ଏକ ରିପୋର୍ଟ ପ୍ରଦାନ କରିଥିବା ସୂଚନା ମିଳିଛି ।
ଏହି ରିପୋର୍ଟ ‘ମହାବୀର’ର ଶବ ବ୍ୟବଚ୍ଛେଦ ରିପୋର୍ଟଠାରୁ ସମ୍ପୁର୍ଣ୍ଣ ଭିନ୍ନ ଦର୍ଶାଉଛି । ତଦନ୍ତକାରୀ ଦଳର ରିପୋର୍ଟ ଅନୁଯାୟୀ, ବାରହା ଶିକାର ପାଇଁ ଜଙ୍ଗଲରେ ବିଛା ଯାଇଥିବା ଜାଲରେ ଫସିଯାଇଥିଲା ମହାବୀର । ଫାଶରୁ ମୁକୁଳିବାକୁ ଚେଷ୍ଟା କରିବା ବେଳେ ତା ବେକରେ ଗଭୀର ଆଘାତ ଲାଗିଥିଲା । ଏହା ଧୀରେ ଧୀରେ ସଂକ୍ରମଣ ହୋଇ ସେପଫିସେମିଆରେ ପରିଣତ ହୋଇଥିଲା । ଯାହା ଫଳରେ ମହାବୀରର ମୃତ୍ୟୁ ଘଟିଥିଲା ବୋଲି ତଦନ୍ତ ରିପୋର୍ଟରେ ଉଲ୍ଲେଖ ଅଛି । ତେବେ ପୂର୍ବରୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ କୁହାଯାଇଥିଲା କି, ମହାବୀରର ମୃତ୍ୟୁ ଝିଙ୍କ ଗିଳିବା ଯୋଗୁଁ ହୋଇଥିଲା । ବ୍ୟବଚ୍ଛେଦ ବେଳେ ତା ପେଟରୁ ଝିଙ୍କ କଣ୍ଟା ମଧ୍ୟ ବାହାରିଥିଲା । ସୂଚନା ଯୋଗ୍ୟ, ସାତକୋଶିଆରେ ବାଘ ବଂଶ ବୃଦ୍ଧି ପାଇଁ ଗତ ଜୁନ୍ ମାସରେ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ମହାବୀରକୁ ଅଣାଯାଇଥିଲା ।
Prev Post
Next Post