ଅନୁଗୋଳ, ୧୦/୧୨: ଅନୁଗୋଳ ଜିଲ୍ଲା ଆଠମଲ୍ଲିକର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ମୃତୁ୍ୟ ଘଟିଛି । ନାଲକୋ ଥାନା କଇଁଫୁଲିଆ ରେଳ ଲାଇନ୍ ପାଖରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ସୁଚନା ମିଳିଛି । ମୃତୁ୍ୟ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ରାଜକିଶୋର ଟ୍ରେନରେ ବଇଣ୍ଡା ଅଭିମୁଖେ ଯାତ୍ରା କରୁଥିଲେ । ସ୍ମରଣ ଶକ୍ତି ହ ୍ରାସ ଯୋଗୁଁ କଇଁଫୁଲିଆରେ ଓହ୍ଲାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ଗୋଡ ଖସିଯାଇଥିଲା । ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ଯୋଗୁଁ ସେ ମୃତ୍ୟୁବରଣ କରିଥିବା କୁହାଯାଉଛି। ସୂଚନା ଯୋଗ୍ୟ ଯେ, ସେ ୧୯୭୧ ମସିହାରେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ବିଧାୟକ ହୋଇଥିଲେ ।