ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚାହାଁନ୍ତି କି ? ଆପଣାନ୍ତୁ ଏହି ଉପାୟ

ଦୀପାବଳି ପର୍ବ ଆଉ ମାତ୍ର ଅଳ୍ପ ଦିନ ବାକି ଅଛି । ଧନତେରାସ ଏବଂ ଦୀପାବଳିରେ ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଲୋକମାନେ ପୂଜା କରିବା ସହ ବିଭିନ୍ନ ଉପାୟ ଗ୍ରହଣ କରନ୍ତି । ତେବେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ ଯାହା ଦ୍ୱାରା ମା’ ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ ।

– କ୍ରିଷ୍ଟାଲର ଶ୍ରୀ ଯନ୍ତ୍ର ଆଣି ଦୀପାବଳି ଦିନ ନିଶିଥ କାଳରେ ତାହାକୁ ପଞ୍ଚାମୃତ ଏବଂ ଗଙ୍ଗାଜଳ ସହିତ ସ୍ନାନ କରିବା ପରେ, ଧୂପ ନୈବେଦ୍ୟ ଅର୍ପଣ କରନ୍ତୁ ଏବଂ ମା’ ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରନ୍ତୁ ।

– ପଦ୍ମ ମଞ୍ଜି ମାଳା ଆଣି ସେଥିରେ ମା ଲକ୍ଷ୍ମୀଙ୍କ ଜପ କରନ୍ତୁ । ଯଦି ଆପଣ ନିୟମିତ ସମୟ ନ ପାଆନ୍ତି, ତେବେ ପ୍ରତ୍ୟେକ ଗୁରୁବାର ଦିନ ତାହା କରନ୍ତୁ । ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ ।

– ଏହି ଦୀପାବଳିରୁ, ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଘରେ ଭଗବାନଙ୍କୁ ଆଳତୀ କରିବା ନିୟମ କରନ୍ତୁ । ଯେଉଁ ଘରେ ପ୍ରତିଦିନ ଭଗବାନଙ୍କ ଆଳତୀ ହୁଏ ଏବଂ ଦୀପ ଜଳେ, ସେମାନଙ୍କ ଉପରେ ଦେବୀ ଲକ୍ଷ୍ମୀ ସର୍ବଦା ପ୍ରସନ୍ନ ହୁଅନ୍ତି ।

– ଗାଈ ପ୍ରତି ସମ୍ମାନ ରଖନ୍ତୁ ଏବଂ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ପ୍ରଥମେ ଗାଈ ପାଇଁ ଭୋଗ ବାହାର କରନ୍ତୁ । ଏହା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ ।

– ଘରେ ଖାଦ୍ୟ ଶସ୍ୟକୁ ଅସମ୍ମାନ କରନ୍ତୁ ନାହିଁ । ଯେତିକି ଭୋକ ଏବଂ ସାମର୍ଥ୍ୟ ସେତିକି ପ୍ରସ୍ତୁତ କରନ୍ତୁ ।