ନୂଆଦିଲ୍ଲୀ, ୨୨/୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବକଙ୍କୁ ଦୀପାବଳି ଅବସରରେ ବଡ଼ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଭର୍ଚୁଆଲ୍ ମାଧ୍ୟମରେ ୧୦ ଲକ୍ଷ ଯୁବକଙ୍କୁ ସରକାରୀ ଚାକିରୀ ଦେବା ପାଇଁ ’ରୋଜଗାର ମେଳା’ର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ବଛାଯାଇଥିବା ୭୫,୨୨୬ ଯୁବକଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି । ଏହି ଅବସରରେ ପିଏମ ମୋଦୀ କହିଛନ୍ତି ଯେ, ସରକାରୀ ଚାକିରି କେବଳ ସେବା ନୁହେଁ, ବରଂ ସଂପୂର୍ଣ୍ଣ ତତ୍ପରତା ଏବଂ ପ୍ରତିବଦ୍ଧତା ସହ ଦେଶ ପାଇଁ ସେବା କରିବା ଏବଂ ଦେଶ ପାଇଁ କାମ କରିବାର ସୁଯୋଗ ।
ଏହି ଅବସରରେ ପିଏମ ମୋଦୀ କହିଛନ୍ତି ଯେ, ଆଜି ଭାରତର ଯୁବ ଶକ୍ତିଙ୍କ ପାଇଁ ମହତ୍ୱପୂର୍ଣ୍ଣ ଦିନ ଅଟେ । ଗତ ୮ ବର୍ଷରେ ରୋଜଗାର ଏବଂ ସ୍ବରୋଜଗାରର ଯେଉଁ ଅଭିଯାନ ଚାଲୁଛି, ସେଥିରେ ଏକ ବଡ଼ ପଦକ୍ଷେପ ଯୋଡ଼ି ହୋଇଛି। ଯାହା ହେଉଛି ଏହି ’ରୋଜଗାର ମେଳା’।