ଭୁବନେଶ୍ୱର,୨୨/୧୦ : ବିଏମ୍ ହାଇସ୍କୁଲ ପୁରୁଣା ଭୁବନେଶ୍ୱର ପରିସରରେ ପଣ୍ଡିତ ରଘୁନାଥ ୟୁପି ସ୍କୁଲ ‘କ୍ଲଷ୍ଟର ଶିଶୁ ମହୋତ୍ସବ ସୁରଭି-୨୦୨୨’ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉପସ୍ଥିତି ରହି ‘ଅଂଶ ଗ୍ରହଣ ହିଁ ପ୍ରଗତିର ମାର୍ଗ’ ବୋଲି ପ୍ରକାଶ କରିଥିଲେ । ଭୁବନେଶ୍ୱର ଶିକ୍ଷାମଣ୍ଡଳ ଅଧିକାରୀ ଡ. ପ୍ରଜ୍ଞା ପରମିତା ଜେନା ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ପ୍ରଭାତ କୁମାର ରଥ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ୯ଟି ବିଦ୍ୟାଳୟର ୧୪୫ଜଣ ଛାତ୍ରଛାତ୍ରୀ ୧୭ଟି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି ଉତ୍ସବ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଅପରାହ୍ନ ୧ଘଟିକାରେ ସମାପ୍ତ ହୋଇଥିଲା । ବିଭିନ୍ନ ବିଦ୍ୟାଳୟର ୨୨ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଗ ଶ୍ରୀଯୁକ୍ତ ବାଞ୍ଛାନିଧି ସାହୁ ଏହି ଉତ୍ସବର ସଂଯୋଜନା କରିଥିଲେ। ବିଏମ୍ ହାଇସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମିତ୍ର ରଞ୍ଜନ ଦାସ, ସ୍ମରିତା ଦାଶ, ଧରିତ୍ରୀ ଦାଶ, ଇତିଶ୍ରୀ ଆରାଧନା ଓ ଆରତି ମିଶ୍ରଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏନ୍ସିସି କ୍ୟାଡେଟ୍ ଏବଂ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ ପୂର୍ବକ କାର୍ଯ୍ୟଟିର ସାଫଲ୍ୟ ମଣ୍ଡିତ କରିଥିଲେ ।