ସୂର୍ଯ୍ୟ ପରାଗ ପାଇଁ ଆସନ୍ତା ୨୫ ତାରିଖ ସରକାରୀ ଛୁଟି

ଭୁବନେଶ୍ୱର,୨୨/୧୦ : ଆସନ୍ତା ୨୫ ତାରିଖ ମଙ୍ଗଳବାର ସୂର୍ଯ୍ୟ ପରାଗ ପଡୁଥିବାରୁ ସେହି ଦିନଟିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ସେହି ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ, ସ୍କୁଲ, କଲେଜ, ରାଜସ୍ୱ ବିଭାଗୀୟ କୋର୍ଟ, ବ୍ୟାଙ୍କ ଓ ଅନ୍ୟ ବ୍ୟାଙ୍କିଙ୍ଗ ଅନୁଷ୍ଠାନ ବନ୍ଦ ରହିବ। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

ଆଜି ଚତୁର୍ଥ ଶନିବାର ହୋଇଥିବାରୁ ସରକାରୀ ଛୁଟି ରହିଛି। ଆସନ୍ତାକାଲି ରବିବାର ଓ ସୋମବାର ଦୀପାବଳି ପଡୁଛି। ତେଣୁ ଦୁଇ ଦିନ ସରକାରୀ ଛୁଟି ରହିଛି। ମଙ୍ଗଳବାର ସୂର୍ଯ୍ୟ ପରାଗ ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ଅର୍ଥାତ ସରକାରୀ କର୍ମଚାରୀମାନେ ଲଗାତାର ୪ ଦିନ ଛୁଟି ପାଇଛନ୍ତି।