ଭୁବନେଶ୍ୱର : (ପ୍ରଦୀପ୍ତ କୁମାର ଦାସ) – ରାଜଧାନୀର ବିଭିର୍ନ ଅଂଚଳରେ ଶନିବାର ଧନତେରାସ ଅବସରରେ ଟ୍ରାଫିକ ଜାମ ସମସ୍ୟାର ପ୍ରତିକାର ନିମନ୍ତେ କମିସନରେଟ ଟ୍ରାଫିକ ପୋଲିସ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇଛି । ଏହି ଅଭିଯାନରେ ଅନ୍ୟତ୍ର ୧୨ ବାଇକ ଓ ୧୬ କାରକୁ ଟେକି ଟାଣି ନେଇଛି ପୋଲିସ । ବେଆଇନ ପାର୍କିଂ ଅଭିଯୋଗରେ ସମ୍ପୃକ୍ତ ଗାଡି ଗୁଡିକର ଚାଳକମାନଙ୍କ ଠାରୁ 25,200/- ଟଙ୍କା ଟୋଇଙ୍ଗ ଚାର୍ଜ ବାବଦକୁ ଜରିମାନା ମଧ୍ୟ ଆଦାୟ କରିଛି ଟ୍ରାଫିକ ପୋଲିସ ।
