ଅଯୋଧ୍ୟା,୨୩/୧୦ : ଅଯୋଧ୍ୟା ନଗରୀ ଭବ୍ୟ ଦୀପୋତ୍ସବରେ ରାମମୟ ହୋଇଉଠିଛି। ଦୀପୋତ୍ସବ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ପ୍ରତିକାତ୍ମକ ରାମଙ୍କର ରାଜ୍ୟାଭିଷେକ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଗାମୀ ଦିନରେ ରାମମନ୍ଦିର ନିର୍ମାଣ ସହ ଅଯୋଧ୍ୟାକୁ ତୀର୍ଥଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଏହାଦ୍ୱାରା ଅଯୋଧ୍ୟାବାସୀଙ୍କର ଦାୟିତ୍ୱ ଆହୁରି ବଢିଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ତ୍ରେତେୟାର ସେହି ଅଯୋଧ୍ୟାକୁ ଦେଖି ନାହେଁ, ତେବେଅମୃତ କାଳରେ ଅମର ଅଯୋଧ୍ୟାର ସାକ୍ଷୀ ପାଲଟିଛେ। ସେ କହିଛନ୍ତି ଯେ ଆମେ ସେହି ସଭ୍ୟତା ଓ ସଂସ୍କୃତିର ବାହକ, ପର୍ବ ଓ ଉତ୍ସବ ଯେଉଁମାନଙ୍କ ଜୀବନର ସହଜ ଓ ସ୍ୱଭାବିକ ଅଂଶ ରହିଆସିଛି। ଭାଗବାନ ରାମଙ୍କୁ ପ୍ରଧାନମନ୍ତ୍ରୀ ବିଶ୍ୱ ଲାଗି ଏକ ଜ୍ୟୋତିପୁଞ୍ଜ ବୋଲି କହିଛନ୍ତି। ପ୍ରତିକାତ୍ମକ ଶ୍ରୀରାମଙ୍କ ରାଜ୍ୟାଭିଷେକ କରିବା ପରେ ପ୍ରଧାନମନ୍ତ୍ରୀ ସରଜୁ ନଦୀ କୂଳକୁ ଯାଇ ଆରତୀ କରିଥିଲେ। ସରଜୁ ଘାଟରେ ଉପସ୍ଥିତ ସନ୍ଥମାନେ ପ୍ରଧାନମନ୍ତ୍ରୀଙ୍କୁ ଏକ ପାଟ ଉପହାର ଦେଇଥିଲେ।