ନୂଆଦିଲ୍ଲୀ,୨୮/୧୦ : ଆଠ ମାସରୁ ଅଧିକ ସମୟ ଧରି ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଦିନକୁ ଦିନ ଯୁଦ୍ଧ ଅଧିକରୁ ଅଧକ ଭୟଙ୍କର ହେବାରେ ଲାଗିଛି । ଆଶଂକା କରାଯାଉଥିଲା ଯେ, ୟୁକ୍ରେନ ଉପରେ ରୁଷ ପରମାଣୁ ଆକ୍ରମଣ କରିପାରେ । କିନ୍ତୁ କିଛି ଦିନ ତଳେ ରାଷ୍ଟ୍ରପତି ପୁଟିନ ପରମାଣୁ ଯୁଦ୍ଧ ଦାବିକୁ ଖଣ୍ଡନ କରିଥିଲେ । ତେବେ ରୁଷ ଲଗାତାର ଆମେରିକା ସହ ପାଶ୍ଚାତ୍ୟ ଦେଶ ଉପରେ ନିଜର ଅସନ୍ତୋଷ ଜାହିର କରି ଆସୁଛି । ପରମାଣୁ ଆକ୍ରମଣକୁ ମନା କରିବା ସହ ଏହାସହ ଜଡ଼ିତ ଯୁଦ୍ଧାଭ୍ୟାସ ମଧ୍ୟ ଜାରି ରଖିଛି । ରୁଷର ମିଲିଟାରୀ ବିଶେଷଜ୍ଞ ଦାବି କରିଛନ୍ତି ଯେ, ଭ୍ଲାଦିମିର ପୁଟିନ ପରମାଣୁ ଅଭ୍ୟାସରେ ବ୍ରିଟେନ ଏବଂ ଆମେରିକାକୁ ଦୁନିଆର ନକ୍ସାକୁ ହଟାଇବାର ପୂର୍ବାଭ୍ୟାସ କରିଛନ୍ତି ।
ରୁଷର ରାଷ୍ଟ୍ରୀୟ ରକ୍ଷା ପତ୍ରିକାର ଏଡିଟର-ଇନ-ଚିଫ୍ କର୍ଣ୍ଣଲ ଇଗୋର କୋରୋଟଚେଙ୍କୋ କହିଛନ୍ତି ଯଦି ରୁଷ ପରମାଣୁ ଆକ୍ରମଣର ପରିସରକୁ ଆସେ ତେବେ ଏହି ଅଭ୍ୟାସ ବ୍ରିଟେନ ଏବଂ ଆମେରିକାକୁ ଜବାବ ଦେବାର ପ୍ରସ୍ତୁତି । ସେ କହିଛନ୍ତି, ‘ବ୍ରିଟେନ ଆଣ୍ଟଲାଟିକ୍ ମହାସଗରରେ ବିଲିନ ହେବ, ଆମେରିକା ସ୍ଥାନରେ କମରେଡ୍ ଷ୍ଟାଲିନଙ୍କ ନାଁରେ ଏକ ସାମୁଦ୍ରିକ ଷ୍ଟ୍ରିଟ୍ କରାଯିବ । କୋରୋଟଚେଙ୍କୋ ରୁଷର ସରକାରୀ ଟିଭି ଚ୍ୟାନେଲକୁ କହିଛନ୍ତି, ରଣନୈତିକ ପ୍ରଶିକ୍ଷଣ ଅଭ୍ୟାସ ଉଦ୍ଦେଶ୍ୟନିହିତ । ଏହାକୁ ଅପରେସନ ଥଣ୍ଡର ନାଁ ଦିଆଯାଇଥିଲା’।
