ଭାରତୀୟ ନୋଟ୍‌ରେରେ ଲକ୍ଷ୍ମୀ ଓ ଗଣେଶଙ୍କ ଚିତ୍ର ଛପେଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କେଜରିୱାଲ

ନୂଆଦିଲ୍ଲୀ, ୨୮/୧୦: ଭାରତୀୟ ନୋଟ୍‌ରେ ଲକ୍ଷ୍ମୀ ଓ ଗଣେଶଙ୍କ ଛବି ଲଗାଇବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଏଥିରେ ସେ ମହାତ୍ମା ଗାନ୍ଧିଙ୍କ ଚିତ୍ର ସହ ମା ଲକ୍ଷ୍ମୀ ଓ ଗଣେଶଙ୍କ ଚିତ୍ର ଛପେଇବାକୁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଥିବା ନେଇ ମୁଖ୍ୟମନ୍ତ୍ରୀ କେଜରିୱାଲ ଟ୍ୱିଟ୍‌ ମାଧ୍ୟମରେ ସୂଚିତ କରିଛନ୍ତି। ଏହା ପୂର୍ବରୁ କେଜରିୱାଲ ସାମ୍ବାଦିକ ସମ୍ମିଳନୀ କରି ଭାରତୀୟ କରେନ୍ସୀରେ ଲକ୍ଷ୍ମୀ ଓ ଗଣେଶଙ୍କ ଛବି ନିମନ୍ତେ ଦାବି କରିଥିଲେ।

କେଜରିୱାଲ ପ୍ରଧାନମନ୍ତ୍ରୀଙ୍କୁ ପତ୍ରଲେଖି ସ୍ୱାଧୀନତାର ୭୫ ବର୍ଷ ପରେ ବି ଭାରତ ବିକାଶଶୀଳ ଓ ଗରିବ ଦେଶରେ ଗଣାଯାଉଥିବା ଉଲ୍ଲେଖ କରିଛନ୍ତି। ଦେଶରେ ଗରିବ ଲୋକଙ୍କ ସଂଖ୍ୟା ମଧ୍ୟ ବହୁତ ଅଧିକ। ଦାରିଦ୍ର୍ୟତାରୁ ମୁକୁଳିବା ଲାଗି ଦେଶବାସୀଙ୍କୁ କଠିନ ପରିଶ୍ରମ କରିବାର ଆବଶ୍ୟକତା ରହିଛି ସାଙ୍ଗକୁ ଆମକୁ ଭଗବାନଙ୍କ ଆଶିର୍ବାଦ ମଧ୍ୟ ଦରକାର। ଯାହାଦ୍ୱାରା ଆମର ପ୍ରୟାଶ ସଫଳ ହେବ। ସଠିକ ନୀତି, କଠିନ ପରିଶ୍ରମ ଓ ପ୍ରଭୁଙ୍କ ଆଶିର୍ବାଦର ସଙ୍ଗମ ଯୋଗୁ ଦେଶ ଉନ୍ନତି କରିପାରିବ ବୋଲି କେଜରିୱାଲ କହିଛନ୍ତି। ଏଣୁ ଟଙ୍କାରେ ମହାତ୍ମା ଗାନ୍ଧିଙ୍କ ଚିତ୍ର ସହ ଲକ୍ଷ୍ମୀ ଓ ଗଣେଶଙ୍କ ଚିତ୍ର ମଧ୍ୟ ରହିବା ଦରକାର ଓ ଦେଶର ୧୩୦ କୋଟି ଜନତାଙ୍କ ପକ୍ଷରୁ ଆପଣଙ୍କ ନିକଟରେ ଏହି ନିବେଦନ କରୁଥିବା ଉଲ୍ଲେଖ କରିଛନ୍ତି।

 

SBI_Festive_Digital Billboard