ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା ଆମ୍ବୁଲାନ୍ସ ପ୍ରଦାନ ଓ ବୃକ୍ଷ୍ୟ ରୋପଣ

ବ୍ରହ୍ମପୁର,୨୮/୧୦ : ବ୍ରହ୍ମପୁର ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ପ୍ରଶାସନିକ କାର୍ୟ୍ୟାଳୟ ପକ୍ଷରୁ ଲୋକସେବକ ମଣ୍ଡଳକୁ ଆଜି ଏକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି । ଷ୍ଟେଟ ବ୍ୟାଙ୍କ୍ ର ଚିଫ ଜେନେରାଲ ମ୍ୟାନେଜର ଚନ୍ଦ୍ରଶେଖର ଶର୍ମା, ଡିଜିଏମ୍ ସନ୍ଦୀପ କୁମାର ଚୁବେ, ଏଜିଏମ୍ ମାନସ ଧିର ସାମନ୍ତ, ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ରାଜେନ୍ଦ୍ର କୁମାର ଜେନାଙ୍କ ସମେତ ଷ୍ଟେଟ ବ୍ୟାଙ୍କ କାର୍ୟ୍ୟାଳୟ ଓ ବ୍ରହ୍ମପୁର ସମାଜ କାର୍ୟ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏହା ଷ୍ଟେଟ ବ୍ୟାଙ୍କର ସିଏସଆର ଫଣ୍ଡରୁ ପ୍ରଦାନ କରାଯାଇଛି ବୋଲି ସିଜିଏମ କହିଥିଲେ । ଏହି ଆମ୍ବୁଲାନ୍ସ ଗରିବ ରୋଗୀଙ୍କ କାମରେ ଲାଗି ପାରିବ ବୋଲି ଶ୍ରୀ ଜେନା କହିଛନ୍ତି ।

ଏକ କୋର୍ପୋରେଟ ସାମାଜିକ ଦାୟିତ୍ ନିର୍ବାହ ଅବସରରେ, ଭାରତୀୟ ଷ୍ଟେଟ ବ୍ୟାଙ୍କ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ଦ୍ୱାରା ଏକ ହଜାର ଔଷଧୀୟ ବୃକ୍ଷ୍ୟ ରୋପଣ କାର୍ଯ୍ୟକ୍ରମ ପାରଳା ମହାରାଜ ବୈଷୟିକ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ବର ମଣ୍ଡଳର ମୁଖ୍ୟ ମହା ପ୍ରବନ୍ଧକ ଶ୍ରୀ ଚନ୍ଦର ଶେଖର ଶର୍ମା ଉପସ୍ଥିତ ରହି ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।

 

SBI_Festive_Digital Billboard