ନଭେମ୍ବର ୮ରେ ହେବ ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ,  ଜାଣନ୍ତୁ କାହିଁକି ହୁଏ ଚନ୍ଦ୍ରଗ୍ରହଣ ?

ଚଳିତ ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟ ପରାଗ ଦୀପାବଳି ପରଦିନ ଦେଖିବାକୁ ମିଳିଥିଲା । ଆଗକୁ ପଡ଼ିବ ଚନ୍ଦ୍ରଗ୍ରହଣ । ଚଳିତ ବର୍ଷର ଶେଷ ଏବଂ ଦ୍ୱିତୀୟ ଚନ୍ଦ୍ର ଗ୍ରହଣ ଆସନ୍ତା ମାସରେ ଅର୍ଥାତ୍ ନଭେମ୍ବରରେ ହେବାକୁ ଯାଉଛି । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ ନଭେମ୍ବର ୮ ଅର୍ଥାତ ମଙ୍ଗଳବାର ଦିନ ପଡ଼ିବ । ବିଶେଷ କଥା ହେଉଛି  ସେହି ଦିନ ମଧ୍ୟ ଦେବ କାର୍ତ୍ତି ପୂର୍ଣ୍ଣମୀ । ଯାହାକୁ କି ଆମେ ଡଙ୍ଗାଭସା ରୂପେ ପାଳନ କରୁ । ନଭେମ୍ବର ୮ରେ ଥିବା ଚନ୍ଦ୍ରଗ୍ରହଣ ସନ୍ଧ୍ୟା ୫ଟା ୩୨ରେ ଆରମ୍ଭ ହୋଇ ୬ଟା ୧୮ରେ ସରିବ ।

ଏହି ଚନ୍ଦ୍ରଗ୍ରହଣ କୋଲକାତା, ସିଲିଗୁଡ଼ି, ପାଟନା,ରାଞ୍ଚି, ଗୌହାଟି ଆଦି ସ୍ଥାନରେ ଦେଖିବାକୁ ମିଳିବ । ପୃଥିବୀର ଦେବ ଦୀପାବଳିର ପରଦିନ ଏହି ଗ୍ରହଣ ଉତ୍ତର ଏବଂ ପୂର୍ବ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର, ଭାରତ ମହାସାଗର, ଉତ୍ତର ଆମେରିକା ଏବଂ ଦକ୍ଷିଣ ଆମେରିକାର ଅଧିକାଂଶ ଅ଼ଞ୍ଚଳରେ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ ।

କାହିଁକି ଚନ୍ଦ୍ରଗ୍ରହଣ ହୁଏ?

ଜ୍ୟୋତିର୍ବିଜ୍ଞାନ ଅନୁଯାୟୀ, ପୂର୍ଣ୍ଣିମା ରାତିରେ ସୂର୍ଯ୍ୟ, ଚନ୍ଦ୍ର ଏବଂ ପୃଥିବୀ ଏକ ସରଳ ରେଖାରେ ଥିବା ବେଳେ ଚନ୍ଦ୍ରଗ୍ରହଣ ହୋଇଥାଏ । ଏହି ସମୟରେ ପୃଥିବୀ କେନ୍ଦ୍ରରେ ଥାଏ, ଯେଉଁଥିପାଇଁ ଏହା ଚନ୍ଦ୍ରକୁ ଢାଙ୍କି ଦେଇଥାଏ । ୧୫ ମେ ୨୦୨୨ ରେ ସୂର୍ଯ୍ୟ ପରାଗ ହୋଇଥିଲା । ଶେଷ ଚନ୍ଦ୍ର ଗ୍ରହଣ ୮ ନଭେମ୍ବର ୨୦୨୨ରେ ହେବ ।

ନଭେମ୍ବର ୮ ରେ ଚନ୍ଦ୍ରଗ୍ରହଣ ରାତି ୫.୩୨ରୁ ସନ୍ଧ୍ୟା ୬.୧୮ ପର୍ଯ୍ୟନ୍ତ ହେବ । ନଭେମ୍ବର ୮ ରେ ଚନ୍ଦ୍ରଗ୍ରହଣ ଭାରତର ଅଧିକାଂଶ ଅଞ୍ଚଳରେ ଦେଖାଯିବ ନାହିଁ । ଯେଉଁ ଅଂଶରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ, ସେଗୁଡ଼ିକ ହେଉଛି: ପାଟନା, ରାଞ୍ଚି, କୋଲକାତା, ସିଲିଗୁରି, ଗୌହାଟି ଇତ୍ୟାଦି । ଏହା ବ୍ୟତୀତ, ଯଦି ଆମେ ବିଶ୍ଵ ବିଷୟରେ ଆଲୋଚନା କରିବା, ତେବେ ଚନ୍ଦ୍ରଗ୍ରହଣ ବେଜିଂ, ସିଡନୀ, କାଠମାଣ୍ଡୁ, ଟୋକିଓ, ଜାକର୍ତ୍ତା, ମେଲବୋର୍ଣ୍ଣ, ୱାଶିଂଟନ୍ ଡିସି, ସାନ ଫ୍ରାନ୍ସିସ୍କୋ, ମେକ୍ସିକୋ ସିଟି, ଚିକାଗୋ ଇତ୍ୟାଦିରେ ଦୃଶ୍ୟମାନ ହେବ।

SBI_Festive_Digital Billboard