ଦେଶର ପ୍ରଥମ ଡିଜିଟାଲ କରେନ୍ସିର ଶୁଭାରମ୍ଭ

ମୁମ୍ବାଇ: ଦେଶର ପ୍ରଥମ ଡିଜିଟାଲ କରେନ୍ସିର ଶୁଭାରମ୍ଭ ହୋଇଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ପରୀକ୍ଷାମୂଳକ ଭାବେ ମଙ୍ଗଳବାରଠାରୁ ଏହାକୁ ଆରମ୍ଭ କରାଯିବା ସହ ଏଥିରେ ୯ଟି ବ୍ୟାଙ୍କକୁ ସାମିଲ କରାଯାଇଛି । ଏସବିଆଇ, ବ୍ୟାଙ୍କ ଅଫ୍ ବରୋଦ, ୟୁନିୟନ୍ ବ୍ୟାଙ୍କ ଅଫ୍ ବରୋଦା, ଏଚଡିଏଫସି, ଆଇସିଆଇସିଆଇ, କୋଟାକ୍ ମହିନ୍ଦ୍ରା, ୟେସ୍ ବ୍ୟାଙ୍କ, ଆଇଡିଏଫସି, ଏଚଏସବିସିକୁ ସାମିଲ କରାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ହୋଲସେଲ୍ ସେଗମେଣ୍ଟରେ ଏହି କରେନ୍ସିର ବ୍ୟବହାର କରାଯିବ । ମାସେ ମଧ୍ୟରେ ଖୁଚୁରା କ୍ଷେତ୍ର ଲାଗି ଏହାକୁ ପ୍ରସ୍ତୁତ କରିବାକୁ ଆରବିଆଇ ଯୋଜନା କରିଛି । ଆନ୍ତଃ ବ୍ୟାଙ୍କ କାରବାର ଖର୍ଚ୍ଚ କମାଇବା, ଭାରତରେ ବିଦେଶୀ ନାଗରିକଙ୍କ ଲାଗି ସହଜ କାରବାର, ବିଭିନ୍ନ ସରକାରୀ ବ୍ୟାଙ୍କ ଗ୍ୟାରେଣ୍ଟି ପାଇଁ ଏହି କରେନ୍ସି ସହାୟକ ହୋଇପାରିବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି ।

SBI_Festive_Digital Billboard