ଆଜିର ରାଶିଫଳ (ଶୁକ୍ରବାର)

ତା : ୪ / ୧୧ / ୨୦୨୨

ମେଷ : ଆଜି ପାରିବାରିକ ଜୀବନକୁ ମଧୁମୟ କରିବ। କର୍ମକ୍ଷେତ୍ରରେ କିଛିଟା ବ୍ୟତିକ୍ରମ ନେଇ ଆଲୋଚନା କରିପାରନ୍ତି। କେତେକ କ୍ଷେତ୍ରରେ ନିଜ ଲୋକ ପରୋକ୍ଷ ଶତ୍ରୁତା କରି ସମସ୍ୟାକୁ ବଢାଇ ଦେବେ। ପାରିବାରିକ କ୍ଷେତ୍ରରେ ଉନ୍ନତି ହେବ। ସାହିତ୍ୟ,କଳା,ସଂସ୍କୃତି,ସଂଗୀତ କ୍ଷେତ୍ରରେ ସଫଳତା ପାଇବେ। ଉଜ୍ଜ୍ୱଳ ଭବିଷ୍ୟତ କଳ୍ପନା କରିବେ।

ବୃଷ : ଆଗରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର ସମାଲୋଚନା କରୁଥିବା ଶୁଣିବାକୁ ପାଇବେ। କୌଣସି କାମ ହାସଲ କରିବା କ୍ଷେତ୍ରରେ ତରବରିଆ ଭାବେ କୌଣସିକାମ କରନ୍ତୁ ନାହିଁ। ଉଦ୍‌ଯୋଗ ସିଦ୍ଧି ହେବ। କ୍ରୀଡା କ୍ଷେତ୍ରରେ ସଫଳତା ପାଇବେ। ଆର୍ଥିକକ୍ଷେତ୍ରରେ ଉନ୍ନତି। ବହୁ ଦିନରୁ ଚାଲିଥିବା କାର୍ଯ୍ୟରେ ସଫଳତା ପାଇବେ। ମହିଳାମାନେ ଘର କାମରେ ସଫଳତା ପାଇବେ।

ମିଥୁନ : ଆର୍ଥିକ ସ୍ଥିତି ଦୁର୍ବଳ ହେବା କାରଣରୁ ଦୁଶ୍ଚିନ୍ତା ବଢିଯାଇପାରେ । ଅଟକିରହିଥିବା କାର୍ଯ୍ୟ ଆକସ୍ମିକ ଭାବେ ଆଜି ସମାଧାନ ହୋଇଯିବାରୁ ମନ ଖୁସି ରହିବ ନାହିଁ। କର୍ମକ୍ଷେତ୍ରରେ ସଫଳତା ପାଇବେ। ବାଣିଜ୍ୟ ବ୍ୟବସାୟରେ ଉନ୍ନତି ହେବ। ବିବାଦରେ ଜିତାପଟ ନେବେ। ସାହିତ୍ୟ, କଳା, ସଂସ୍କୃତି, ସଂଗୀତ କ୍ଷେତ୍ରରେ ସଫଳତା ପାଇବେ। ବାଣିଜ୍ୟ ବ୍ୟବସାୟରେ ଉନ୍ନତି ହେବ ।

କର୍କଟ : ଶାରୀରିକ ସୁସ୍ଥତା ସହ ପରିବାରରେ ଶାନ୍ତି ବିରାଜମାନ କରିବ। କର୍ମ କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ନୂତନ ଯୋଜନା ପ୍ରସ୍ତୁତ କରିବେ। ବ୍ୟବସାୟରେ ଉନ୍ନତି ହେବ। ବିବାଦରେ ବିଜୟୀ ହେବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି। ନିର୍ଦ୍ଦିଷ୍ଟ ଦିଗରୁ ଧନ ପ୍ରାପ୍ତି ହେବ। ଜୀବନବୀମାରେ ଆଗେଇ ଯିବେ। ମହିଳାମାନେ କାର୍ଯ୍ୟରେ ସଫଳ ହେବେ।

ସିଂହ : ଆଜି ପଡୋଶୀମାନେ ସହଯୋଗର ହାତ ବଢାଇବେ ଓ ସ୍ଥଗିତ କାମଟି ସୁବିଧାରେ ହୋଇଯିବ। ଆଜିର ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ ଓ ଖାଲି ହାତରେ ଫେରିବେ ନାହିଁ। କର୍ମକ୍ଷେତ୍ରରେ ଅଗ୍ରଗତି କରିବେ। ବ୍ୟବସାୟରେ ଉନ୍ନତି ହେବ। ପ୍ରଶାସନ,ଶିକ୍ଷା, ଶିଳ୍ପ,ପରିବହନ କ୍ଷେତ୍ରରେ ସଫଳତା ପାଇବେ। ପଡୋଶୀମାନଙ୍କ ସମ୍ପର୍କ ଭଲ ରହିବ। ଆର୍ଥିକ ସ୍ଥିତି ବଳବାନ ହେବ। ଦିନଟି ଭଲରେ କଟିବ।

କନ୍ୟା : ଆଲୋଚନା କ୍ଷେତ୍ରରେ କାର୍ଯ୍ୟ ବ୍ୟସ୍ତ ଯୋଗୁ କାମ ଠିକ୍ ସମୟରେ କରିପାରିବେନାହିଁ। ପାରିବାରିକ କ୍ଷେତ୍ରରେ କୌଣସି ଆଳ ଦେଖାଇ ଆତ୍ମୀୟସ୍ୱଜନ ଦୂରେଇଯାଇପାରନ୍ତି। ବହୁତ ଦିନରୁ ଥିବା କର୍ମ ଯୋଜନାରେ ସଫଳତା ପାଇବେ। ବ୍ୟବସାୟରେ ଉନ୍ନତି ହେବ। କେତେକ ସମସ୍ୟା ଜାତ ହେବ ସେସବୁକୁ ସମାଧାନ କରିପାରନ୍ତି।

ତୁଳା : ଆଜି ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। କର୍ମକ୍ଷେତ୍ରରେ କୌଣସି ବିବାଦୀୟଘଟଣା ମନକୁ ବିବ୍ରତ କରିପାରେ। ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବେ। ବ୍ୟବସାୟରେଉନ୍ନତି। ବିବାଦରେ ଜିତାପଟ ନେବେ। ନୂତନ ଯାଗାବାଡି ମିଳିବ। ମହିଳାମାନେ ଦେବାଦେବୀ ପୂଜାରେ ମନ ଦେବେ।

ବିଛା : ଧନ ସ୍ଥାନରେ ଧନାଧିପ ଚନ୍ଦ୍ର ଆପଣଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ମାର୍ଗଉନ୍ମୁକ୍ତ କରିବ। ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ।କର୍ମକ୍ଷେତ୍ରରେ ସଫଳତା। ବ୍ୟବସାୟରେ ଉନ୍ନତି। ସାହିତ୍ୟ,କଳା, ସଂସ୍କୃତି, ବିଜ୍ଞାନ କ୍ଷେତ୍ରରେ ସଫଳତା। ପାରିବାରିକ କ୍ଷେତ୍ରରେ ଉନ୍ନତି ହେବ। ଜ୍ଞାନ, ଗବେଷଣା ଦିଗରେ ସଫଳତା ପାଇବେ।

ଧନୁ : ଆଜି କୌଣସି ନୂତନ କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ ଓ କାମଟି ମଧ୍ୟ କରିବେ। ଅନ୍ୟ ମନସ୍କ ନରହି କିମ୍ବା ଅସାବଧାନତା ସହକାରେ ଯାନବାହନ କିମ୍ବା ଯାନ୍ତ୍ରିକ ଜିନିଷ ଚଳାଇବା ଠିକ୍ ହେବ ନାହିଁ। ଉଦ୍‌ଯୋଗ ବଳରେ ର୍କର୍ମ ସିଦ୍ଧି ହେବ। ବ୍ୟବସାୟରେ ସଫଳତା ପାଇବେ। ପାରିବାରିକ କ୍ଷେତ୍ରରେ ଉନ୍ନତି। ନୂତନ କାର୍ଯ୍ୟଭରା ଗ୍ରହଣ କରିବେ।

ମକର : ବିଶେଷଭାବେ ପ୍ରଶାସନ, ପ୍ରକାଶନ, ରାଜନୀତି, ସଂଗଠନ, ସଭାସମିତି ଓଆନୁଷ୍ଠାନିକ କ୍ଷେତ୍ରରେ ନୁତନ କାମ ଆରମ୍ଭ କରି ପ୍ରଶଂସିତ ହେବେ। ପରିବାରରେ ଅତୀତଘଟଣାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ଯାନ୍ତ୍ରିକ କ୍ଷେତ୍ରରେଅଗ୍ରଗତି କରିବେ। କମ୍ପ୍ୟୁଟର,ଇଣ୍ଟରନେଟ କ୍ଷେତ୍ରରେ ଲାଭବାନ୍ ହେବ। ନୂତନ କାର୍ଯ୍ୟରେଅଗ୍ରଗତି କରିବେ। ବନ୍ଧୁ ମିଳନ ହେବ। ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ।

କୁମ୍ଭ : ସ୍ୱଗୃହୀ ରାଶ୍ୟାଧିପତି ଆପଣଙ୍କ ଦୈହିକ ସୁସ୍ଥତା ସହ କୌଣସି ବହୁ ଦିନର ସ୍ଥଗିତକାମକୁ ସମ୍ପନ୍ନ କରାଇବେ। ସଭାସମିତି କିମ୍ବା ଆନୁଷ୍ଠାନିକ କାମରେ ପ୍ରଶଂସା ଉଣା ହେବନାହିଁ । କର୍ମକ୍ଷେତ୍ରରେ ସଫଳତା ପାଇବେ। ବ୍ୟବସାୟରେ ଉନ୍ନତି ହେବ। ଆର୍ଥିକ କ୍ଷେତ୍ରରେଉନ୍ନତି ହେବ । ନୂତନ ଯାଗାବାଡି ଲାଭ ହେବ। ଆଇନ ଅଦାଲତରେ ସଫଳତା ପାଇବେ। ବାପା,ମାଆମାନେ ପିଲାମାନଙ୍କର ଉନ୍ନତି କରିବେ।

ମୀନ : ଆଜି ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ ନୂତନ କାମ ଆରମ୍ଭ କରିପାରନ୍ତି। ଅଫିସରେ କିମ୍ବାବନ୍ଧୁଙ୍କ ଗହଣରେ କିଛି ସମୟ କଟାଇ ପାରନ୍ତି। ଉଦ୍‌ଯୋଗୀ ହେବେ। ବାଣିଜ୍ୟ ବ୍ୟବସାୟରେଉନ୍ନତି ହେବ। ପାରିବାରିକ କ୍ଷେତ୍ରରେ ସଫଳତା ପାଇବେ। ବନ୍ଧୁ ମିଳନ ହେବ। ଜ୍ଞାନ,ଗବେଷଣାରେ ଉନ୍ନତି ହେବ। ମହିଳାମାନେ ଘର କାମରେ ସଫଳତା ପାଇବେ।

SBI_Festive_Digital Billboard