ଅନେକ ସମୟରେ ଛୋଟ ପିଲାମାନେ ସୂର୍ଯ୍ୟର ଡ୍ରଇଂ କରିଥାନ୍ତି । ଏଥିରେ ସୂର୍ଯ୍ୟର ଆଖି, ପାଟି ଆଦି ଆଙ୍କିଥାନ୍ତି ପିଲାମାନେ । ଫଟୋରେ ବିଭିନ୍ନ ପ୍ରକାର ସୂର୍ଯ୍ୟ ନଜର ଆସିଥାଏ । ତେବେ ଆପଣ ଜାଣିଛନ୍ତି କି ପିଲାମାନଙ୍କ ଏହି ଡ୍ରଇଂ କେବଳ ଏକ କଳ୍ପନା ନୁହେଁ । ପ୍ରକୃତରେ ସୂର୍ଯ୍ୟ ହସିଥାଏ! ଯଦି ବିଶ୍ୱାସ ହେଉନି ତେବେ ଏହି ଫଟୋ ଦେଖନ୍ତୁ । ନାସାର ଏକ ସାଟେଲାଇଟ୍ ଚଳିତ ସପ୍ତାହରେ ସୂର୍ଯ୍ୟର ଏକ ଫଟୋ କ୍ୟାପ୍ଚର କରିଛି । ଏହାକୁ ଦେଖି ସମସ୍ତେ ଚକିତ ହୋଇଯାଇଛନ୍ତି ।
ଫଟୋରେ ସୂର୍ଯ୍ୟର ପାଟର୍ଣ୍ଣ ଏମିତି ରହିଛି ସତେ ଲାଗୁଛି ଯେମିତି ସୂର୍ଯ୍ୟ ହସୁଛି । ନାସା ଏହାକୁ ସେୟାର କରି କ୍ୟାପ୍ସନରେ ଲେଖିଛି ସ୍ମାଇଲିଂ ସନ୍ । ନାସା ଏହି ଫଟୋ ସେୟାର କରିବା ପରେ ଲୋକମାନେ ଏଥିରେ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଅନେକ ୟୁଜର୍ସ ଏହାକୁ ଏକ କଖାରୁ ସହିତ ତୁଳନାର କରିଛନ୍ତି । ତ ଆଉ କିଛି ୟୁଜର୍ସ କହୁଛନ୍ତି କି ଭାରତରେ ଛଟ୍ ପୂଜା ଯୋଗୁଁ ସୂର୍ଯ୍ୟ ଦେବତା ଖୁସି ଅଛନ୍ତି ।
ତେବେ ବୈଜ୍ଞାନିକ ଦୃଷ୍ଟି କୋଣରୁ ସୂର୍ଯ୍ୟର ଏହି ହସ ପଛରେ ଏକ ଚେତାବନୀ ରହିଛି । ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି କି ସୂର୍ଯ୍ୟର କୋରୋନଲ୍ ହୋଲ୍ ଯେଉଁଭଳି ନଜର ଆସୁଛି ଏହାର ଅର୍ଥ ସୂର୍ଯ୍ୟଠୁ ଆସୁଥିବା ଝଡ ପୃଥିବୀ ସହିତ ଧକ୍କା ହୋଇପାରେ । କହିରଖୁଛୁ ୨୦୧୪ ମଧ୍ୟ ସୂର୍ଯ୍ୟର ଏକ ଫଟୋ ଭାଇରାଲ ହୋଇଥିଲା । ଏଥିରେ ସୂର୍ଯ୍ୟ ବହୁତ ଭୟଙ୍କର ଲାଗୁଥିଲା । ସେହି ଫଟୋ ମଧ୍ୟ ଅକ୍ଟୋବରରେ ସାମ୍ନାକୁ ଆସିଥିଲା ।
