ହୃଦ୍‌ଘାତରୁ ଦୂରେଇ ରହିବା ପାଇଁ…

-ଅଧିକ ତୈଳଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । ମସଲା ଯୁକ୍ତ କିମ୍ବା ଲବଣଯୁକ୍ତ ଖାଦ୍ୟ ଯେତେ କମ୍‌ ଖାଇବେ ସେତେ ଭଲ ।
-ଚିନ୍ତା ଠାରୁ ଦୂରେଇ ରୁହନ୍ତୁ ।
-ନିଜ ଓଜନକୁ ନିୟନ୍ତ୍ରାଧୀନ ରଖନ୍ତୁ ।
-ଦୈନନ୍ଦିନ ଜୀବନ ତାଲିକାରେ ବାୟାମକୁ ସାମିଲ୍‌ କରନ୍ତୁ ।ପ୍ରତିଦିନ ସକାନେ କିଛି ସମୟ ଚାଲନ୍ତୁ ।
-ସାଲାଡ୍‌, ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ ଏବଂ ଆଣ୍ଟିଅକ୍ସିଡାଣ୍ଟ ଯୁକ୍ତ ଖାଦ୍ୟ ଯେତେ ଅଧିକ ଖାଇବେ ତାହା ସେତେ ଭଲ ।
-ତଟକା ଫଳ ଖାଆନ୍ତୁ ।
-ଯଦି ମଧୁମେହ ଦ୍ୱାରା ଆକ୍ରାନ୍ତ ହୋଇଥାଆନ୍ତି ତେବେ ସୁଗାର ପରିମାଣକୁ ନିୟନ୍ତ୍ରଣ ରଖନ୍ତୁ ।