ଖଜୁରୀର ଉପକାରିତା

ଖଜୁରୀକୁ ଶୁଖାଇ ଖଜରା ପ୍ରସ୍ତୁତ କରାଯାଏ । ଏଥିରେ ପ୍ରଚୁର ପରିମାଣର କ୍ୟାଲେସିୟମ୍‌, ଆୟନ୍‌ ଓ ପୋଷକ ତତ୍ତ୍ୱ ରହିଥାଏ । ଅନ୍ୟ ଫଳ ମାନଙ୍କ ସହ ଖାଇବା ଦ୍ୱାରା ଏଥିରେ ଥିବା ଭିଟାମିନ୍‌ ଦ୍ୱିଗୁଣିତ ହୋଇଯାଇଥାଏ । ଖଜୁରୀରେ କୋଲେଷ୍ଟ୍ରଲ୍‌ର ଭାଗ ନିୟନ୍ତ୍ରିତ ହୋଇଥାଏ । ଦୁU ସହ ଖଜୁରୀ ଖାଇବା ଦ୍ୱାରା ଏହାର ଉପକାରିତା ବଢିଯାଇଥାଏ । ଜାଣନ୍ତୁ ଖଜୁରୀ ଖାଇବାର ଉପକାରିତା
* ଖଜୁରୀରେ ପ୍ରଚୁର ପରିମାଣରେ ଭିଟାମିନ୍‌, ମିନେରାଲ୍‌, ଫାଇବର ଭଳି ପୋଷକତତ୍ତ୍ୱ ଥାଏ ଯାହା ଶରୀରକୁ ଶକ୍ତି ଯୋଗାଏ ।
* ଖଜୁରୀରେ ବହୁ ମାତ୍ରାରେ ଫାଇବର ଥିବା ହେତୁ ଶରୀରର ପାଚନ କ୍ରିୟାକୁ ଠିକ୍‌ ରୂପେ ସନ୍ତୁଳନ କରିବା ସହ ମେଦ ନିୟନ୍ତ୍ରଣ କରିଥାଏ । ସୁଗାର୍‌ ମଧ୍ୟ ନିୟନ୍ତ୍ରିତ ହୋଇରହିଥାଏ ।
* ଖଜୁରୀରେ ଭିନ୍ନ ଭିନ୍ନ ପ୍ରକାର ଆଣ୍ଟିଅକ୍ସିଡାଣ୍ଟ ରହିଥାଏ ଯାହା ଶରୀରରେ ରୋଗ ପ୍ରତିରୋଧ ଶକ୍ତି ପରି କାର୍ଯ୍ୟ କରିଥାଏ । ବହୁ ଦୁରାତ୍ମ୍ୟ ରୋଗ ଯେପରିକି କର୍କଟ, ହୃଦଘାତ ଓ ମଧୁମେହ ହେବାର ସମ୍ଭାବନା କମିଯାଏ ।
* ଖଜୁରୀ ଖାଇବା ଦ୍ୱାରା ମସ୍ତିଷ୍କରେ କାର୍ଯ୍ୟ କରିବା ଶକ୍ତି ବୃଦ୍ଧି ପାଇଥାଏ । ଏଥିରେ ନାଚୁରାଲ୍‌ ସୁଗାର ଥାଏ ଯାହା ଶରୀରରେ ଶକ୍ତି କ୍ଷରଣ କରିଥାଏ । ଫଳରେ ଅସ୍ଥି ଶକ୍ତ ହୋଇଥାଏ ।
* ଏଥିରେ ଭିଟାମିନ୍‌ ବି-୫ ଓ ପେଣ୍ଟୋଥେନିକ୍‌ ଏସିଡ୍‌ ରହିଛି ଯାହା ମୁଖର ଉଜ୍ଜ୍ୱଳତା ବଢାଇବା ସହ ଚିର ସତେଜ ରଖିଥାଏ । ଏହା ମୁଖ ପାଇଁ ଏକ ଆଣ୍ଟିଅକ୍ସିଡାଣ୍ଟ ଭଳି କାର୍ଯ୍ୟ କରିଥାଏ ।
* ଭିଟାମିନ୍‌ ବି-୫ କେଶ ପାଇଁ ମଧ୍ୟ ଖୁବ୍‌ ଲାଭଦାୟୀ ହୋଇଥାଏ । ଖଜୁରୀ ଖାଇବା ଦ୍ୱାରା କେଶର ଶୁଷ୍କତା କମିଯାଏ । ଏହା ଘନ ଓ ମଜବୁତ ହୋଇଯାଏ ।